କଟକ ଏସସିବି ପରିସରରୁ ଗ୍ୟାସ ଲିକ ଘଟଣାର ରିପୋର୍ଟ ଦେଲେ ଜିଲ୍ଲାପାଳ । ନଗର ଉନ୍ନୟନ ବିଭାଗକୁ ତଥ୍ୟ ଦେଲେ ତଦନ୍ତକାରୀ ଟିମ

29

କନକ ବ୍ୟୁରୋ : କଟକ ଏସସିବିରେ ଗ୍ୟାସ ଲିକ ଘଟଣା । ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ଦେଲେ କଟକ ଜିଲ୍ଲାପାଳ । ଏନେଇ ତଦନ୍ତକାରୀ ଦଳ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବା ପରେ ଜିଲ୍ଲାପାଳ ଏହି ରିପୋର୍ଟ ନଗର ଉନ୍ନୟନ ବିଭାଗକୁ ହସ୍ତାନ୍ତର କରିଛନ୍ତି ।

ଗତ ବୁଧବାର ଦିନ କଟକ ବଡ ମେଡିକାଲ ପରିସରରେ କ୍ଲୋରିନ ଗ୍ୟାସ ଲିକ ହେବା ପରେ ଆତଙ୍କିତ ହୋଇପଡିଥିଲେ ସ୍ଥାନୀୟ ବାସିନ୍ଦା । ଜନସ୍ୱାସ୍ଥ୍ୟ ବିଭାଗର ଏକ ପାଇପରୁ ଗ୍ୟାସ ଲିକ ହେବା ଫଳରେ ୩୦ରୁ ଅଧିକ ଲୋକେ ଅସୁସ୍ଥ ହୋଇପଡିଥିଲେ । ପିଏଚଡି ପମ୍ପ ହାଉସରେ ଥିବା ଏକ କଳଙ୍କି ଲଗା ସିଲିଣ୍ଡରରୁ ଗ୍ୟାସ ଲିକ ହେବା ଫଳରେ ଏଭଳି ଘଟଣା ଘଟିଥିଲା । କ୍ଲୋରିନ ଗ୍ୟାସ ଲିକ ନେଇ ଏସସିବିରେ ତଦନ୍ତକାରୀ କମିଟି ତଦନ୍ତ କରିଥିଲା । ଏଡିଏମ ରଘୁରାୟ ଆୟାରଙ୍କ ନେତୃତ୍ୱରେ ତଦନ୍ତ ହୋଇଥିଲା । ଏହି ଟିମରେ ୬ ଜଣ ସଦସ୍ୟ ଥିଲେ । ଏଥିରେ ଜନସ୍ୱାସ୍ଥ ବିଭାଗର ଅଧିକାରୀ ଓ ଏସସିବି କତୃପକ୍ଷ, ଅଗ୍ନିଶମ ଅଧିକାରୀ ସାମିଲ ଥିଲେ ।

ଗତ ବୁଧବାର ଦିନ  କଟକ ବଡ ମେଡିକାଲ ପରିସରରେ କ୍ଲୋରିନ ଗ୍ୟାସ ଲିକ ହେବା ପରେ ଆତଙ୍କିତ ହୋଇପଡିଥିଲେ ସ୍ଥାନୀୟ ବାସିନ୍ଦା ।ଜନସ୍ୱାସ୍ଥ୍ୟ ବିଭାଗର ଏକ ପାଇପରୁ ଗ୍ୟାସ ଲିକ ହେବା ଫଳରେ ୪୬ଜଣ ଅସୁସ୍ଥ ହୋଇପଡିଥିଲେ । ସମସ୍ତଙ୍କୁ ଏସସିବି ମେଡିକାଲ କଲେଜର ଆଶୁ ଚିକିତ୍ସା ବିଭାଗରେ ଭର୍ତି କରାଯାଇଥିଲା । ବଡ ମେଡିକାଲର ପ୍ରାଶାସନିକ ଅଧିକାରୀ ପ୍ରତାପ ମିଶ୍ର ମଧ୍ୟ ଅସୁସ୍ଥ ହୋଇପଡିଥିବାବେଳେ ତାଙ୍କୁ ସେଂଟ୍ରାଲ ଆଇସିୟୁରେ ଭର୍ତି କରାଯାଇଥିଲା । ଘଟଣାରେ ୪ଜଣ ଅଗ୍ନିଶମ କର୍ମଚାରୀ ଓ ୯ଜଣ ଡାକ୍ତରୀ ଛାତ୍ର ମଧ୍ୟ ଅସୁସ୍ଥ ହୋଇପଡିଥିଲେ ।