ମହାରଥୀଙ୍କ ରିପୋର୍ଟ କାର୍ଡ

29

ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳି ସରକାରକୁ ଦୁଇ ବର୍ଷ ପୂରିବାକୁ ଯାଉଛି । ଏହି ଦୁଇ ବର୍ଷ ଭିତରେ ମନ୍ତ୍ରୀମାନଙ୍କ କାର୍ଯ୍ୟଦକ୍ଷତା କ’ଣ ରହିଛି ତାକୁ ନେଇ ୨୧ ତାରିଖରୁ ଆରମ୍ଭ ହେବ ସମୀକ୍ଷା । ଏଥିପାଇଁ ନବୀନ ମନ୍ତ୍ରୀମାନଙ୍କୁ ତାଙ୍କର ରିପୋର୍ଟ କାର୍ଡ ମାଗିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଗରେ ମନ୍ତ୍ରୀମାନେ ନିଜ ବିଷୟରେ କଣ ରିପୋର୍ଟ ଉପସ୍ଥାପନ କରିବେ ଏବଂ ମୁଖ୍ୟମନ୍ତ୍ରୀ କଣ ଅନୁଧ୍ୟାନ କରିବେ ତା ଉପରେ ତ ନଜର ରହିବ । କିନ୍ତୁ ଆଜି ଦେଖନ୍ତୁ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ରିପୋର୍ଟ କାର୍ଡ ।

ପ୍ରଦୀପ ମହାରଥୀ । ଛଅ ଛଅ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଏହି ଅଭିଜ୍ଞ ନେତାଙ୍କୁ ମିଳିଛି ମନ୍ତ୍ରୀମଣ୍ଡଳର ପ୍ରମୁଖ ବିଭାଗ- କୃଷି ବିଭାଗ । ନିଜେ ମହରଥୀ ମଧ୍ୟ ଜଣେ ଚାଷୀ । କିନ୍ତୁ କୃଷି ମନ୍ତ୍ରୀ ଭାବେ ମହାରଥୀଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ । ୨୧ ତାରିଖରୁ ଆରମ୍ଭ ହେଉଥିବା ସମୀକ୍ଷାରେ ମହାରଥୀଙ୍କୁ ମୁଖ୍ୟମନ୍ତ୍ରୀ କେତେ ମାର୍କ ଦେଉଛନ୍ତି ତାହା ତ ପରେ ଜଣାପଡ଼ିବ । ହେଲେ ଜନତାଙ୍କ ଦରବାରରେ ମହରାଥୀ କେତେ ପାରିବାର ।

ମହାରଥୀଙ୍କ ସଫଳତାର ସାକ୍ଷୀ

ଓଡ଼ିଶାକୁ ୫ ବର୍ଷରେ ୪ ଥର କୃଷି କର୍ମଣ ପୁରସ୍କାର ମିଳିଛି । ଯାହା ଦର୍ଶାଉଛି ପୁରା ଦେଶରେ କୃଷି କ୍ଷେତ୍ରରେ ଓଡିଶାର ଗୁରୁତ୍ୱ ବୃଦ୍ଧି ପାଇଛି ।

-ଓଡ଼ିଶାରେ ଧାନର ଉତ୍ପାଦନ ୧୨୦ ମେଟ୍ରିକ୍ ଟନରେ ପହଞ୍ଚିଛି, ଯାହାକି ଏକ ରେକର୍ଡ । ପୂର୍ବରୁ ଓଡ଼ିଶାରେ ଏତେ ପରିମାଣରେ ଧାନ ଉତ୍ପାଦନ କେବେ ହୋଇନଥିଲା ।

-ଉଦ୍ୟାନ୍ ଫ୍ରେସ୍, ଚିଲିକା ଫ୍ରେସ୍. ଚିକେନ୍ ଫ୍ରେସ୍ ପ୍ରତିଷ୍ଠା କରାଯାଇ ମାର୍କେଟିଂ ଦିଗକୁ ଧ୍ୟାନ ଦିଆଯାଇଛି ମହାରଥୀଙ୍କ ସମୟରେ । ଅର୍ଥାତ୍ ଉତ୍ପାଦନ ଉପରେ ଯେତିକି ଗୁରୁତ୍ୱ ମିଳିଛି, ମାର୍କେଟିଂ ଦିଗକୁ ମଧ୍ୟ ମହାରଥୀ ଉଚିତ୍ ଧ୍ୟାନ ଦେଇଛନ୍ତି ।

– ଚାଷୀଙ୍କୁ ସାର ଓ ବିହନ ରିହାତି ଅନଲାଇନରେ ଦେବାକୁ ଆରମ୍ଭ ହୋଇଛି- ଡାଇରେକ୍ଟ ବେନିଫିଟ୍ ଟ୍ରାନସଫର ସ୍କିମ୍ ବା ଡିିବିଟି । ଏହା ଦ୍ୱାରା ମିଡିଲ୍ ମ୍ୟାନ୍ ଦ୍ୱାରା ହେଉଥିବା ବାଟମାରଣାକୁ ରୋକା ଯାଇପାରିବ ।

କୃଷିମନ୍ତ୍ରୀ ପ୍ରଦୀପ ମହାରାଥୀଙ୍କ ଏଥିଲା ସଫଳତାର କଥା । କିନ୍ତୁ ତାଙ୍କରି ନେତୃତ୍ୱରେ କୃଷି ବିଭାଗ କେତେକ କ୍ଷେତ୍ରରେ ବଡ଼ ବିଫଳତାର ସମ୍ମୁଖୀନ ହୋଇଛି ।

ମହାରଥୀଙ୍କ ବିଫଳତା

-ମହାରଥୀଙ୍କ ମନ୍ତ୍ରୀତ୍ୱ ସମୟରେ ଓଡ଼ିଶାରେ ୨୦୦ରୁ ଅଧିକ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏତେ ସଂଖ୍ୟାରେ ଚାଷୀ ଆତ୍ମହତ୍ୟା କରିବା କେବେ ଦେଖା ଯାଇନଥିଲା । ଆଉ ଏକ ଦୁଃଖର କଥା ହେଉଛି-ଏହି ଆତ୍ମହତ୍ୟା ସବୁକୁ ସରକାର ସ୍ୱୀକାର ମଧ୍ୟ କଲେ ନାହିଁ ।

-ଆଉ ଏକ ବଡ଼ ବିଫଳତା ହେଉଛି ଧାନ ବ୍ୟତୀତ ଅନ୍ୟ କୌଣସି ଚାଷରେ ଓଡ଼ିଶା ସ୍ୱାବଲମ୍ବୀ ନୁହେଁ ଏବଂ ଏଥିପାଇଁ ବାରମ୍ବାର ଆଳୁ ଓ ଡାଲିର ଅଭାବ ପରିଲକ୍ଷିତ ହୋଇଛି । ଯାହା ଫଳରେ ଉପଭୋକ୍ତାମାନେ ଚଢ଼ା ଦରରେ ଏସବୁ କିଣିବାକୁ ବାଧ୍ୟ ହେଉଛନ୍ତି ।

– ମହାରଥୀଙ୍କ ଆଉ ଏକ ବଡ଼ ବିଫଳତା ହେଉଛି ତିନି ବର୍ଷରେ ୧୧୨ ଶୀତଳ ଭଣ୍ଡାର ଜାଗାରେ ଏଯାଏଁ ନିର୍ମାଣ ହୋଇଛି ମାତ୍ର ୬ଟି । ତେଣୁ ତିନି ବର୍ଷରେ ଟାର୍ଗେଟ୍ ପୂରଣ ହୋଇପାରିବ କି ନାହିଁ ସନ୍ଦେହ ରହିଛି ।

ନବୀନ ସରକାରଙ୍କ ୪ର୍ଥ ପାଳିର ୨ ବର୍ଷ ଭିତରେ ମନ୍ତ୍ରୀ ମହାରଥୀ କିଭଳି ପ୍ରଦର୍ଶନ କରିଛନ୍ତି ଏବଂ ନବୀନ ତାଙ୍କୁ କେତେ ମାର୍କ ଦେଉଛନ୍ତି ତା ଉପରେ ନଜର । କିନ୍ତୁ ଜନତା ଦରବାରରେ ମହାରଥୀ ପାସ୍ କି ଫେଲ୍ ତାହା ଆଗକୁ ଜଣାପଡ଼ିବ ।