ଏମିତି ଆମ ସାଂସଦ ! ୪ ବର୍ଷ ମଧ୍ୟରେ ସଂସଦରେ ଗୋଟିଏ ବି ପ୍ରଶ୍ନ ପଚାରି ନାହାନ୍ତି ସିଦ୍ଧାନ୍ତ ମହାପାତ୍ର

114

କନକ ବ୍ୟୁରୋ : ଅଭିନେତାରୁ ନେତା ବନିଥିବା ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର ଏକ ନିଆରା ରେକର୍ଡ଼ କରିଛନ୍ତି । ସଂସଦରେ ସେ ଗୋଟିଏ ହେଲେ ବି ପ୍ରଶ୍ନ ପଚାରି ନାହାନ୍ତି । ୟୁଥ ଫର୍ ସୋସିଆଲ ଡ଼େଭଲପମେଣ୍ଟ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଗତ ୪ ବର୍ଷ ମଧ୍ୟରେ ସିଦ୍ଧାନ୍ତ ଗୋଟିଏ ହେଲେ ପ୍ରଶ୍ନ ପଚାରି ନାହାନ୍ତି ।

ସଂସଦରେ ନୈରାଶ୍ୟଜନକ ପ୍ରଦର୍ଶନ ନେଇ ରିପୋର୍ଟ ପ୍ରକାଶ ପରେ ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର । ସିଦ୍ଧାନ୍ତ କହିଛନ୍ତି, ସେ କାମରେ ବିଶ୍ୱାସ କରନ୍ତି, ଭାଷଣବାଜିରେ ବିଶ୍ୱାସ କରନ୍ତି ନାହିଁ । ଏକଥା ତାଙ୍କର ସଂସଦୀୟ କ୍ଷେତ୍ରକୁ ଗଲେ ସମସ୍ତେ ବୁଝିପାରିବେ । ତାଙ୍କ ପ୍ରଦର୍ଶନରେ ସେ ସନ୍ତୁଷ୍ଟ, ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ କି ନାହିଁ, କହିପାରିବେନି ବୋଲି କହିଛନ୍ତି ସିଦ୍ଧାନ୍ତ । ଓଡ଼ିଶାର ୨୧ ଜଣ ସାଂସଦଙ୍କ ପ୍ରଦର୍ଶନ ତାଲିକାରେ ୧୮ ନମ୍ବରରେ ଅଛନ୍ତି ସାଂସଦ ସିଦ୍ଧାନ୍ତ ମହାପାତ୍ର । ସଂସଦରେ ତାଙ୍କର ଉପସ୍ଥାନ ୬୭.୭ ପ୍ରତିଶତ ଥିବାବେଳେ ମାତ୍ର ୬ଟି ବିତର୍କରେ ସେ ଭାଗ ନେଇଛନ୍ତି । ସେହିପରି ସଂସଦରେ ସେ ଆଦୌ ପ୍ରଶ୍ନ ପଚାରିନଥିବା ମଧ୍ୟ ରିପୋର୍ଟରେ ପ୍ରକାଶ ପାଇଛି ।