ଆଜି ବିଭିନ୍ନ ସ୍ଥାନରେ ହେଉଛି ସାନି ମତଦାନ : ପୂର୍ବ ନିର୍ବାଚନ ପର୍ଯ୍ୟାୟରେ ହିଂସା ହୋଇଥିବା ସ୍ଥାନ ଗୁଡିକରେ ଚାଲିଛି ସାନି ମତଦାନ

22

କନକ ବ୍ୟୁରୋ : ଆଜି ବିଭିନ୍ନ ସ୍ଥାନରେ ହେଉଛି ସାନି ମତଦାନ । ପୂର୍ବ ନିର୍ବାଚନ ପର୍ଯ୍ୟାୟରେ ହିଂସା ହୋଇଥିବା ସ୍ଥାନ ଗୁଡିକରେ ଆଜି ସାନି ମତଦାନ ହେଉଛି । ଢେଙ୍କାନାଳର ଭୁବନ, ପୁରୀର କୃଷ୍ଣପ୍ରସାଦ, ବ୍ରହ୍ମଗିରି ସହ ବାଲିଗୁଡାରେ ମଧ୍ୟ ସାନି ମତଦାନ ହେଉଛି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ବଡଝାଡ ଗ୍ରାମପଂଚାୟତର ପୁରୁପାଳ ଗାଁର ୧୧ନମ୍ବର ୱାର୍ଡର ବୁଥ୍ ନମ୍ବର ୧୩୪ରେ ସାନି ମତଦାନ ହେଉଛି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ଏହି ବୁଥରେ ଭୋଟ ଗଣତି ବେଳେ ବାଲାଟ ବାକ୍ସକୁ ଦୁର୍ବୁତମାନେ ପାଣିରେ ପକାଇ ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଗାଁରେ ୧୪୪ଧାରା ଜାରି କରି ଚାଲିଛି ସାନି ମତଦାନ କରାଯାଉଛି । ସେହିପରି ବ୍ରହ୍ମଗିରି ବ୍ଲକର ଆମପଡା ଗ୍ରାମପଂଚାୟତ ମଠପାଟଣାର ୬ନମ୍ବର ବୁଥ ଓ ବାଲିକେରା ପଚିପାଳ ୬ନମ୍ବର ବୁଥରେ ସାନି ମତଦାନ ହେଉଛି । ବାଲିକେରା ଓ ପଚିପାଲରେ ଦୁର୍ବୃତ ମାନେ ମତଦାନ ଦିନ ଭୋଟ ବାକ୍ସ ଲୁଟି ନେଇଥିଲେ । ପୁରୀ ଏସପି ସିର୍ଥକ ଷଡଙ୍ଗୀଙ୍କ ତତ୍ୱାବଧାନରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ଚାଲିଛି ।

ସେପଟେ ବାଲିଗୁଡା କେ.ନୂଆଗାଁ ବ୍ଲକ କଣ୍ଡାୱାଡିର ୨ଟି ବୁଥରେ ରିପୋଲିଂ ହେଉଛି । ପୂର୍ବରୁ ଏଠାରେ ଭୋଟିଂ ହୋଇଥିବା ବେଳେ ବୁଥ ଜବରଦଖଲ ନେଇ ଅଭିଯୋଗ ହୋଇଥିଲା । ସେପଟେ ଢେଙ୍କାନାଳ ଭୁବନ ଜିଲ୍ଲା ପରିଷଦ ଜୋନ୍ ୩ର କିର୍ତନପୁରର ୪ଟି ବ୍ଲକରେ ମଧ୍ୟ ଅନୁଷ୍ଠିତ ହେଉଛି ସାନି ମତଦାନ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-