୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସିଇଓଙ୍କ ନିର୍ଦ୍ଦେଶ । ୧୯ରେ ୩୪ଟି ବୁଥରେ ହେବ ସାନି ମତଦାନ ।

423

କନକ ବ୍ୟୁରୋ : ଚଳିତ ମାସ ୧୯ ତାରିଖରେ ରାଜ୍ୟର ୧୦ଟି ଜିଲ୍ଲାର ୩୪ଟି ବୁଥରେ ସାନି ମତଦାନ ହେବ । ଗତ ଏପ୍ରିଲ ୨୩ରେ ହୋଇଥିବା ତୃତୀୟ ପର୍ଯ୍ୟାୟ ମତଦାନ ଓ ଏପ୍ରିଲ ୨୯ରେ ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ୧୦ଟି ଜିଲ୍ଲାର ୩୪ଟି ମତଦାନ କେନ୍ଦ୍ରରେ ବିଭ୍ରାଟ ହୋଇଥିଲା । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର ସଂପୃକ୍ତ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ସାନି ମତଦାନ ସଂପର୍କରେ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଦେବଗଡ଼, ଅନୁଗୁଳ, କଟକ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର, ବାଲେଶ୍ୱର ଓ ମୟୂରଭଂଜ ଜିଲ୍ଲାରେ ସାନି ମତଦାନ ହେବ । ଏଥିରେ ସର୍ବାଧିକ ବାତ୍ୟା କ୍ଷତିଗ୍ରସ୍ତ ବ୍ରହ୍ମଗିରି ବିଧାନସଭା ଆସନର କମାଶାସନ-୨ ଓ ବାଘମୁଣ୍ଡାର ଗାଦିବ୍ରହ୍ମ ପ୍ରାଥମିକ ସ୍କୁଲ ଏବଂ ସତ୍ୟବାଦୀ ବିଧାନସଭା ଆସନର ବୀରକେଶରୀପୁରସ୍ଥିତ ବଳଭଦ୍ରପୁର ନୋଡାଲ ୟୁପି ସ୍କୁଲ ବୁ୍ଥ୍ ସାମିଲ ଅଛି ।