ତେଲ ଏବଂ ପରିବା ପରେ ପାଳି ପଡିଲା ଇଏମଆଇ ! ବର୍ଦ୍ଧିତ ହେଲା ଇଏମଆଇ ରେଟ୍ । 

35

ଗତ କିଛି ସମୟ ଧରି ଭାରତର ସାଧାରଣ ଜନତାଙ୍କ ମଧ୍ୟରେ ବର୍ଦ୍ଧିତ ଦରଦାମକୁ ନେଇ ଅସନ୍ତୋଷ ଦେଖାଦେଇଛି । ପ୍ରଥମେ ପେଟ୍ରୋଲ ,ଡିଜେଲ୍ ଏବଂ ପରିବା ଦରରେ ବୃଦ୍ଧି ହେବା ଯୋଗୁଁ ଏହା ଜନତାଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା । କିନ୍ତୁ ଏବେ ସିଧାସଳଖ ଦରଦାମର ବୋଝ ଜନତାଙ୍କ ପକେଟ୍ ଉପରେ ଆସି ପଡିଛି । ଏବେ ଭାରତୀୟ ରିଜର୍ଭ ବ୍ୟାଙ୍କର ରେପୋ ରେଟ ବଢିବା ଯୋଗୁଁ ଭାରତୀୟଙ୍କ ଚିନ୍ତାର କାରଣ ଆହୁରି ବଢିଯାଇଛି ।

 

ପେଟ୍ରୋଲ  ଏବଂ ଡିଜେଲ୍ :

ଗତ କିଛି ସମୟ ଧରି ପେଟ୍ରୋଲ  ଏବଂ ଡିଜେଲର ଦାମ୍ ଆକାଶଛୁଆଁ ହୋଇଯାଇଛି । ପ୍ରଥମ ସ୍ତରରେ ଦେଶରେ ପେଟ୍ରୋଲ ଦାମ୍ ୮୫ ଟଙ୍କା ଥିବାବେଳେ ଡିଜେଲର ଦାମ୍ ଲିଟର ପିଛା ୭୨ ଟଙ୍କା ହୋଇଯାଇଥିଲା । ବର୍ତ୍ତମାନ ତେଲ ରେଟ୍ କମି ଥିବାରୁ ଲୋକଙ୍କୁ ସମ୍ୟକ୍ ଶାନ୍ତି ମିଳିଛି ।

ବର୍ଦ୍ଧିତ ପରିବା ଦାମ୍ :

ବର୍ତ୍ତମାନ ରାଷ୍ଟ୍ରୀୟ କୃଷକ ମହାସଂଘ ୧୦ ଦିନ ବ୍ୟାପି ରାଜ୍ୟ ଧର୍ମଘଟର ଡାକରା ଦେଇଥିଲେ । ୧ ଜୁନରୁ ଆରମ୍ଭ ହୋଇଥିବା ଏହି ଧର୍ମଘଟ ପରେ ଦେଶରେ ପରିବା ଦର ହୁ ହୁ ହୋଇ ବଢିଥିଲା ।

ବର୍ଦ୍ଧିତ ଇଏମଆଇ :

ଦରଦାମ୍ ବୃଦ୍ଧିର ତୃତୀୟ ଝଟକା ବୁଧବାର ଆରବିଆଇ ଦେଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟରେ ୨୫ ପଏଣ୍ଟ୍ ବୃଦ୍ଧି କରିଛି । ଏହା ସହ ବ୍ୟାଙ୍କ ସୁଧହାର ମଧ୍ୟ ବଢାଇବାର ରାସ୍ତା ଖୋଲିଦେଇଛି । ଏହାର ପ୍ରଭାବ ଯେ ଲୋକମାନଙ୍କ ଚିନ୍ତାର କାରଣ ହେବ ଏହା ସୁନିଶ୍ଚିତ ।