ଆରବିଆଇ ବଢ଼ାଇଲା ରେପୋ ରେଟ୍ ! ଏଣିକି ଦେବାକୁ ପଡ଼ିବ ଅଧିକ EMI, ବ୍ୟାଙ୍କରୁ ରଣ ନେବା ହେବ ମହଙ୍ଗା

57

ମୁଦ୍ରାନୀତି ସମୀକ୍ଷା କରିଛି ଆରବିଆଇର । ରେପୋ ରେଟ ବଢାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ରେପୋ ରେଟ ଶୂନ୍ ଦଶମିକ ୨୫ ପ୍ରତିଶତ ବୃଦ୍ଧି ପରେ ୬.୨୫ ପ୍ରତିଶତରେ ପହଂଚିଛିା ଫଳରେ ବ୍ୟାଙ୍କ ଋଣ ହୋଇପାରେ ମହଙ୍ଗା । ପୂର୍ବରୁ ରେପୋ ରେଟ୍ ୬ ପ୍ରତିଶତ ଥିବା ବେଳେ ଏଥିରେ ୨୫ ବେସିସ୍ ପଏଂଟ ବଢିଛି । ସେହିଭଳି ରିଭର୍ସ ରେପୋ ହାର ଶୂନ ଦଶମିକ ୨୫ ପ୍ରତିଶତ ବୃଦ୍ଧି କରାଯାଇ ୬ ପ୍ରତିଶତ କରାଯାଇଛି । ରେପୋ ରେଟ୍ ବୃଦ୍ଧି ଯୋଗୁ ଗୃହ ଋଣ ଓ ଅନ୍ୟାନ ଋଣ ମହଙ୍ଗା ହେବା ସହ ସୁଧହାର ବଢିବାର ସମ୍ଭାବନା ରହିଛି ।

ମୋଦି ସରକାରଙ୍କ ୪ବର୍ଷ କାର୍ଯ୍ୟକାଳ ଭିତରେ ପ୍ରଥମ ଥର ପାଇଁ ରେପୋ ରେଟ ବଢାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ଆରବିଆଇ ମନିଟାରୀ କମିିଟି ପକ୍ଷରୁ ତିନି ଦିନ ଧରି ବୈଠକ ଚାଲିବା ପରେ ରେପୋ ରେଟରେ ବୃଦ୍ଧି ନେଇ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ । ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ମୁଦ୍ରାସ୍ପୀତି ୪.୮ ରୁ ୪.୯ ପ୍ରତିଶତ ହେବ ବୋଲି ପୂର୍ବାନୁମାନ କରିଛି । ତେବେ ବଢିଥିବା ତେଲଦର ଓ ଫସଲର ବର୍ଦ୍ଧିତ ଏମଏସପି ପରିପ୍ରେକ୍ଷୀରେ ମୁଦ୍ରାସ୍ପୀତି ଲକ୍ଷ୍ୟ ବଢାଯାଇଥିବା ଆରବିଆଇ ଗଭର୍ଣ୍ଣର କହିଛନ୍ତି । ତେବେ ଆରବିଆଇ ରେପୋ ରେଟ୍ ବୃଦ୍ଧି କରିବା ପରେ ଅନ୍ୟ ବ୍ୟାଙ୍କ ଗୁଡିକ ସୁଧହାର ବଢାଇ ପାରନ୍ତି ।

ରେପୋ ରେଟ୍ ବୃଦ୍ଧି ଯୋଗୁ ପୂର୍ବରୁ ବିଭିନ୍ନ ବ୍ୟାଙ୍କରୁ ଋଣ ନେଇଥିବା ଋଣଦାତାଙ୍କୁ ଅଧିକ ଇଏମଆଇ ଦେବାକୁ ପଡିପାରୋ ତେବେ ପୂର୍ବରୁ ମଧ୍ୟ ରେପୋ ରେଟ୍ ବଢିବା ପରେ ବ୍ୟାଙ୍କ ଗୁଡିକ ସୁଧହାର ବଢାଇବାର ନଜିର ରହିଛି । ରେପୋ ରେଟ୍ କମିଲେ ସୁଧହାର କମାଇବା ପାଇଁ ବ୍ୟାଙ୍କଗୁଡିକ ସମୟ ନେଇଥାନ୍ତି, ହେଲେ ବଢିଲେ ବ୍ୟାଙ୍କ ସୁଧ ଦର ବଢାଇବା ଆରମ୍ଭ କରିଦେଇଥାନ୍ତି ।