ଏସିଆନ୍ ଆର୍ଥଲେଟିକ୍ ଚାମ୍ପିଆନସିପ୍ ପାଇଁ କଳିଙ୍ଗ ଷ୍ଟାଡିୟମର ନବକଳେବର ! ୮ ଲେନର ସିନ୍ଥେଟିକ୍ ଟ୍ରାକ

36

କନକ ବ୍ୟୁରୋ : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜୁଲାଇ ୬ରୁ ୯ ତାରିଖ ଯାଏଁ ଆୟୋଜିତ ହେବ ୨୨ତମ ଏସୀୟ ଦୌଡକୁଦ ପ୍ରତିଯୋଗିତା । ଏଥିପାଇଁ କଳିଙ୍ଗ ଷ୍ଟାଡିୟମକୁ ଅତି ସୁନ୍ଦର ଭାବେ ପ୍ରସ୍ତୁତ କରାଯାଇଛି । ଅତି କମ ସମୟ ବ୍ୟବଧାନରେ ଷ୍ଟାଡିୟମକୁ ନୂଆ ରୂପ ଦିଆଯାଇଛି । ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତା ଲାଗି ଆଠ-ଲେନର ଟ୍ରାକ କରାଯାଇଛି । ସେହିଭଳି ଷ୍ଟାଡିୟମ ଭିତରେ ଥିବା ସିନ୍ଥେଟିକ ଟ୍ରାକ ଅନ୍ତର୍ଜାତୀୟ ସ୍ତରର ହୋଇଛି ।

ଜୁନ ୧୫ ତାରିଖକୁ ଷ୍ଟାଡିୟମର ନବକଳେବର ପାଇଁ ଡେଡଲାଇନ ରଖାଯାଇଥିଲା । ଆଉ ଠିକ ସମୟରେ ଷ୍ଟାଡିୟମର କାମ ଶେଷ ହୋଇଯାଇଛି । ହକି କମପ୍ଲେକ୍ସରେ ବି ଅନ୍ତର୍ଜାତୀୟ ମାନର ଫ୍ଲଡଲାଇଟ ଲଗାଯାଇଛି । ଏହି ଅନ୍ତର୍ଜାତୀୟ ଇଭେଂଟ ଲାଗି କଳିଙ୍ଗ ଷ୍ଟାଡିୟମର କାନ୍ଥକୁ ନୂଆ ରଙ୍ଗ ଦିଆଯାଇଛି । ପ୍ରତିଯୋଗିତାରେ ୪୫ ଦେଶର ପ୍ରାୟ ୭ ଶହ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ।