ବିଧାୟକଙ୍କ ବଡ ହୃଦୟ : ଅସହାୟ ବୃଦ୍ଧାଙ୍କ ଶବକୁ କାନ୍ଧ ଦେଲେ ରେଙ୍ଗାଳି ବିଧାୟକ ରମେଶ ପାଟୁଆ

42

କନକ ବ୍ୟୁରୋ : ଆଜି ବି ସମାଜରେ ରହିଛି କୁସଂସ୍କାର ଓ ଅନ୍ଧବିଶ୍ୱାସ । ଆଉ ଆଜିର ଶିକ୍ଷିତ ସମାଜରେ ବି ଏହା ଦେଖିବାକୁ ମିଳିଛି । ଆଜିକା ସମୟରେ ଲୋକେ ଏତେ ସ୍ୱାର୍ଥପର ହୋଇଯାଇଛନ୍ତି ଯେ ନିଜ ସୁଖ ସୁବିଧା ଆଗରେ ଆଉ କିଛି ଦେଖାଯାଉ ନାହିଁ । ମାନବିକତା ହଜିଯାଇଛି କହିଲେ ବୋଧହୁଏ ଠିକ୍ ହେବ । । ଆଜିକା ସମୟରେ କେତେ ଜଣ ଲୋକ ଅନ୍ୟର ବିପଦ ସମୟରେ ଛିଡ଼ା ହେଉଛନ୍ତି । ତେବେ ଦୁନିଆରୁ ସହୃଦୟ ବ୍ୟକ୍ତି ନାହାନ୍ତି ବୋଲି କହିହେବ ନାହିଁ । ଜଣେ ଅସହାୟ ବୃଦ୍ଧାର ଶବକୁ ସପରିବାର ସହ କାନ୍ଧେଇ ମାନବିକତାରା ପରିଚୟ ଦେଇଛନ୍ତି ରେଙ୍ଗାଳି ବିଧାୟକ ରମେଶ ପଟୁଆ । ଖବର ଅନୁସାରେ ରେଙ୍ଗାଲି ସୋଢାମାଲ ଅମାନାପାଲିରେ ଜଣେ ବୃଦ୍ଧା ଦୀର୍ଘଦିନ ଧରି ଭିକ୍ଷାବୃତି କରି ଚଳୁଥିଲେ । ତେବେ ତାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଂଚଳର କେହି କାନ୍ଧ ଦେବାକୁ ଆସିନଥିଲେ ।

ଗତକାଲି ରେଙ୍ଗାଳି ବିଧାୟକ ରମେଶ ପଟୁଆଙ୍କୁ ଏକ ଫୋନକଲ ଆସିଥିଲା ଲଇଡା ଫାଣ୍ଡି ଅଧିକାରୀଙ୍କଠାରୁ । ଫାଣ୍ଡି ଅଧିକାରୀ କହିଥିଲେ, ୨୪ ଘଂଟା ହେଲା ଜଣେ ବୃଦ୍ଧାଙ୍କର ଶବ ପଡିଥିଲେ ବି ଏହାକୁ କେହି ଉଠାଉନାହାନ୍ତି । ଏହା ପରେ ବିଧାୟକ ସବୁ କାର୍ଯ୍ୟକ୍ରମ ବାତିଲ କରି ନିଜର ଦୁଇ ପୁଅକୁ ସାଙ୍ଗରେ ଧରି ସଂପୃକ୍ତ ସ୍ଥାନରେ ପଂହଚିଥିଲେ । ବୃଦ୍ଧାଙ୍କ ମୃତଦେହକୁ କାନ୍ଧ ଦେବା ସହ ବୈଦିକ ରୀତିରେ ସମସ୍ତ କାର୍ଯ୍ୟ କରିଥିଲେ ।