ଭୁବନେଶ୍ୱରରେ ରେନଲ୍ଟର ନୂଆ ‘କ୍ୟାପଚର’

27

ଭୁବନେଶ୍ୱରରେ ନୟାପଲ୍ଲୀ ସ୍ଥିତ ରେନଲ୍ଟ ସୋ ରୁମରେ ନୂଆ ଏସୟୁଭି ‘କ୍ୟାପଚର’ର ଲଂଚ ହୋଇଛି । । ଗାର୍ଗସନ ଗ୍ରୁପ୍ର ପରିଚାଳନାନିର୍ଦ୍ଦେଶକ ସତୀଶ ଗର୍ଗ ଏହି ନୂଆ ଏସୟୁଭିର ଉନ୍ମୋଚନ କରିଛନ୍ତି ।ଏହି କାରଟି ଉଭୟ ପେଟ୍ରୋଲ ଏବଂ ଡିଜେଲ ଭର୍ସନରେ ଉପଲବ୍ଧ ହୋଇଛି। ପେଟ୍ରୋଲରେ ୩ଟି ଏବଂ ଡିଜେଲରେ ୪ଟି ଭର୍ସନ ରହିଛି। ପେଟ୍ରୋଲ ଭର୍ସନ ଗୁଡ଼ିକର ଏକ୍ସସୋ’ରୁମ୍ ମୂଲ୍ୟ ୯ ଲକ୍ଷ ୯୯ ହଜାର ୯୯୯ ଟଙ୍କାରୁ ଆରମ୍ଭ ହୋଇ ୧୧ ଲକ୍ଷ ୯୨ ହଜାର ୨୯୯ ଟଙ୍କା ପର୍ଯ୍ୟନ୍ତ ରହିଥିବାବେଳେ ଡିଜେଲ ଭର୍ସନ ଗୁଡ଼ିକର ଏକ୍ସ-ସୋ’ରୁମ୍ ମୂଲ୍ୟ ୧୧ ଲକ୍ଷ ୩୯ ହଜାର ୯୯୯ ଟଙ୍କାରୁ ଆରମ୍ଭ ହୋଇ ୧୪ ଲକ୍ଷ ୧୧ ହଜାର ୨୯୯ ଟଙ୍କା ମଧ୍ୟରେ ରହିଛି।

ପାଞ୍ଚଟି ଆକର୍ଷଣୀୟ ରଙ୍ଗ ଯଥା କାୟେନି ଅରେଞ୍ଜ, ମହୋଗାନି ବ୍ରାଉନ, ପର୍ଲ ହ୍ଵାଇଟ, ପ୍ଲାନେଟ ଗ୍ରେ ଏବଂ ମୁନଲାଇଟ ସିଲଭରରେର ଏହା ଉପଲବ୍ଧ ହେବ। ଗ୍ରାହକଙ୍କ ପାଇଁ ଏହି କାରରେ ଅନେକ ଅତ୍ୟାଧୁନିକ ବୈଶିଷ୍ଟ୍ୟ ରହିଛି। କାରର ଅନଲାଇନ ବୁକିଂ ଆରମ୍ଭ ହୋଇଯାଇଛି। ଚଳିତମାସରେ ଗ୍ରାହକମାନେ ଏହାକୁ ରାସ୍ତାରେ ଚଳାଇବା ସୁଯୋଗ ପାଇବେ ବୋଲି ସୋରୁମ ପକ୍ଷରୁ କୁହାଯାଇଛି। ନୂଆ ଏସୟୁଭି ଉନ୍ମୋଚନ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ରେନଲ୍ଟ ଭୁବନେଶ୍ୱରର ଉପସଭାପତି ରଂଜନ କୁମାର ମହାପାତ୍ର, ଡିଜିଏମ(ବିକ୍ରି) ଅମୂଲ୍ୟ ରତ୍ନ ଦାସ ଓ ଏଜିଏମ (ବିକ୍ରି) ପ୍ରତାପ ଚନ୍ଦ୍ର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।