ପେଟ୍ରୋଲ ପମ୍ପ ଡିଲରଙ୍କ ପ୍ରସ୍ତାବିତ ଧର୍ମଘଟ ସ୍ଥଗିତ ! ପେଟ୍ରୋଲିୟମ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି

39

କନକ ବ୍ୟୁରୋ : ପେଟ୍ରୋଲ ପମ୍ପ ଡିଲରଙ୍କ ପ୍ରସ୍ତାବିତ ଧର୍ମଘଟ ସ୍ଥଗିତ । ଆସନ୍ତା ଅକ୍ଟୋବର ୧୩ରେ ଦେଶର ୫୪ହଜାର ପେଟ୍ରୋଲ ପମ୍ପ ବନ୍ଦ ରଖିବା ନେଇ ପୂର୍ବରୁ ଦିଆଯାଇଥବା ପମ୍ପ ଡିଲରଙ୍କ ଧର୍ମଘଟ ଚେତାବନୀକୁ ସ୍ଥଗିତ ରଖାଯାଇଛି । ପେଟ୍ରୋଲ ପମ୍ପ ସଙ୍ଘ ପକ୍ଷରୁ ଗତ ଶନିବାର ଏହି ବନ୍ଦ ଡାକରା ଦିଆଯାଇଥିଲା । ପେଟ୍ରୋଲ ପମ୍ପ ଡିଲରମାନେ ଏକାଧିକ ଦାବି କରିଥିଲେ । ଧର୍ମଘଟ ସ୍ଥଗିତ କରାଯାଇଥିବା ନେଇ ବୁଧବାର ଏଏନଆଇ ସୂତ୍ରରୁ ସୂଚନା ମିଳିଛି । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀଙ୍କ ସହିତ ପମ୍ପ ଡିଲର ସଂଗଠନର ସଦସ୍ୟମାନେ ଆଲୋଚନାରେ ନିଷ୍ପତ୍ତି ପରେ ଧର୍ମଘଟକୁ ସ୍ଥଗିତ ରଖିଛନ୍ତି ।

ଫେଡେରେସନ ଅଫ ମହାରାଷ୍ଟ୍ର ପେଟ୍ରୋଲ ଡିଲରର୍ସ ଆସୋସିଏସନ୍‌(ଫେମପେଡା) ସଭାପତି ଉଦୟ ଲୋଧ କହିଥିଲେ, ୟୁନାଇଟେଡ ପେଟ୍ରୋଲ ଫ୍ରଣ୍ଟର ଏକ ଯୁଗ୍ମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ୨୦୧୬ ନଭେମ୍ବର ୪ରେ ଉପସ୍ଥାପନ କରାଯାଇଥିବା ଦାବିକୁ ପୂରଣ ହୋଇ ନ ଥିବାରୁ ଅକ୍ଟୋବର ୧୩ରେ ଦେଶବ୍ୟାପୀ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ସେ କହିଥିଲେ । ଏତଦ୍‌ ବ୍ୟତୀତ ଦୈନନ୍ଦିନ ପେଟ୍ରୋଲ ଦର ପରିବର୍ତ୍ତନ ହେଉଥିବାରୁ ଗ୍ରାହକ ଓ ଡିଲରଙ୍କୁ କ୍ଷତି ସହିବାକୁ ପଡୁଛି । ସେ କହିଥିଲେ, ଦାବି ପୂରଣ ନ ହେଲେ ଅକ୍ଟୋବର ୨୭ରୁ ଅନିଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ହେବ ।

ସୂଚନାଯୋଗ୍ୟ ଗତ ଅକ୍ଟୋବର ୪ରେ ପେଟ୍ରୋଲ ଦର ଲିଟର ପ୍ରତି ୨.୫୦ଟଙ୍କା କମିଥିବା ବେଳେ, ଡିଜେଲpetrol price ଲିଟର ପ୍ରତି ୨.୨୫ଟଙ୍କା ଶସ୍ତା ହୋଇଛି । ପେଟ୍ରୋଲ ଓ ଡିଜେଲ ଉପରୁ ମଙ୍ଗଳବାର ଲିଟର ପ୍ରତି ୨ଟଙ୍କା ବେସିକ୍‌ ଉତ୍ପାଦନ ଶୁଲ୍କ କମିଛି । ଉତ୍ପାଦନ ଶୁକ୍ଲ ହ୍ରାସର ପ୍ରଭାବରେ ପେଟ୍ରୋଲ ଓ ଡିଜେଲ ପୂର୍ବ ତୁଳନାରେ ଶସ୍ତା ହୋଇଛି । ଗତ ଜୁନ ୧୬ରେ ପେଟ୍ରୋଲ ଓ ଡିଜେଲ ଦର ପ୍ରତିଦିନ ପରିବର୍ତ୍ତନ ହେଉ ଛି।

ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ କରାଯାଇଥିବା ବେସିକ ଉତ୍ପାଦନ ଶୁଲ୍କ ହ୍ରାସ କରିଛନ୍ତି । ଡାୟନମିକ ତୈଳ ଦରକୁ ଆପଣାଇବା ଦ୍ୱାରା ଦୈନିକ ବେସିକ ପେଟ୍ରୋଲ ଓ ଡିଜେଲ ଦର ପରିବର୍ତ୍ତନ ହେଉଛି । ଏହି ନିଷ୍ପତ୍ତି ଲାଗୁ ହେବା ପରେ ଜୁଲାଇ ପରେ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପ୍ରତି ୭.୨୯ଟଙ୍କା ବଢ଼ି ଯାଇଛି । ଦିଲ୍ଲୀରେ ପେଟ୍ରୋଲ ଦର ବଢ଼ି ଲିଟର ପ୍ରତି ୭୦.୩୮ଟଙ୍କା ହୋଇଛି । ଏହା ପୂର୍ବରୁ ୨୦୧୪ ଅଗଷ୍ଟରେ ଦିଲ୍ଲୀରେ ପେଟ୍ରୋଲ ମହଙ୍ଗା ହୋଇ ପ୍ରତି ଲିଟର ୭୦.୩୩ ଟଙ୍କା ହୋଇ ଥିଲା । ଏଭଳି ଭାବରେ ଡିଜେଲ ଦର ଜୁଲାଇ ୧ ପରେ ଲିଟର ପ୍ରତି ୫.୩୬ଟଙ୍କା ବଢ଼ିଛି ।