‘କାଇଟ୍-୨୦୧୭’ ! ପ୍ରଥମ ଥର ପାଇଁ ଉତ୍ସବରେ ସାମିଲ ହେବ ରିମୋଟ୍ ଚାଳିତ ଗୁଡି

108

ତେଲେଙ୍ଗାନା ରାଜ୍ୟର ଦବିନୀୟ ଅନ୍ତଃରଷ୍ଟ୍ରୀୟ ‘ଗୁଡି ଉଡା ପ୍ରତିଯୋଗିତା-୨୦୧୭’ ରେ ରିମୋଟ୍ ଚାଳିତ ଗୁଡିର ପରିବେଷଣ କରାଯିବ । ଏହି ପ୍ରତିଯୋଗିତା ୧୨ ଜାନୁୟାରୀ ରୁ ୧୭ ଜାନୁୟାରୀ ଯାଏଁ ଆୟୋଜିତ ହେବ ।

ଆଗା ଖାନ ଏକାଡେମୀରେ ପ୍ରମୁଖ ଜିୟୋଫ୍ରେ ଫିସର ଏକ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି, ପରମ୍ପରାଗତ ଓ ଡେଣା ଥିବା ଗୁଡିରେ ମାଞ୍ଜା ସୂତା ହେତୁ ଗୁଡିଟି ଅଧିକ ଉଚ୍ଚକୁ ଉଡିଥାଏ । ମାତ୍ର ଉଡୁ ଥିବା ଗୁଡିକୁ ରିମୋଟ୍ ଦ୍ୱାରା ନିୟନ୍ତ୍ରିତ କରିବା ଏକ ସଂଘର୍ଷ କର ପ୍ରସଙ୍ଗ ଅଟେ । ଏହା ବ୍ୟତିତ ରିମୋଟ୍ ଦ୍ୱାରା ନିୟନ୍ତ୍ରିତ ଗୁଡୁକୁ ଉଡାଇବାର ମଜା ପ୍ରଥମ ଥର ପାଇଁ ଭାରତୀୟଙ୍କୁ ଅନୁଭବ କରିବାକୁ ମିଳିବ ।

ସେ ଆଉ ମଧ୍ୟ କହିଛନ୍ତି ,ଏହାକୁ ଆସନ୍ତା ଜାନୁୟାରୀ ୧୨ ତାରିଖରେ ପିପୁଲ୍ସ ପ୍ଲାଜାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପରିବେଶଷ କରାଯିବ । ଏହା ପବନ ଉପରେ ନିର୍ଭରଶୀଳ ନୁହଁନ୍ତି । କିନ୍ତୁ ରିଚାର୍ଜ ବଳରେ ବ୍ୟାଟ୍ରିଦ୍ୱାରା ମିଳୁଥିବା ଶକ୍ତିରୁ ହିଁ ଏହା ପରିଚାଳିତ ହୋଇଥାଏ ।

ଏହି ଉତ୍ସବରେ ପାଖାପାଖି ୧୬ଟି ଦେଶର ପ୍ରଖ୍ୟାତ ଅନ୍ତଃରଷ୍ଟ୍ରୀୟ ଗୁଡି ଉଡାଳି ଓ ସାରା ଦେଶରୁ ୧୦ଟି ଭାରତୀୟ କ୍ଲବର ଗୁଡି ଉଡାଳି ଏହି ପ୍ରତିଯୋଗିତାରେ ସାମିଲ ହେବେ । ତେବେ ଏହି ଉତ୍ସବଟି ଆଗା ଖାନ ଏକାଡେମୀ ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ତେଲେଙ୍ଗାନା ପର୍ଯ୍ୟଟକ ଏବଂ ଅତୁଲ୍ୟ ଭାରତ ସଂସ୍ଥା ମଧ୍ୟ ସହଯୋଗର ହାତ ବଢାଇଛି ।