ମହାତ୍ମା ଗାନ୍ଧିଙ୍କୁ ନିଜ ଅନ୍ଦାଜରେ ମନେ ପକାନ୍ତୁ ! ମୋଦି ସରକାର ଦେବେ ୫୦ ହଜାର ଟଙ୍କା ଜିତିବାର ସୁବର୍ଣ୍ଣ ସୁଯୋଗ ।

60

ଜାତିର ପିତା ମହାତ୍ମା ଗାନ୍ଧିଙ୍କର ୧୫୦ତମ ଜୟନ୍ତୀ ଅବସରରେ ଆପଣ ତାଙ୍କୁ ନିଜ ମନ ଅନୁସାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଟଙ୍କା ରୋଜଗାର କରିପାରିବେ । ଏହି ପୁରସ୍କାର କୌଣସି ସଂସ୍ଥା କିମ୍ବା ଏନଜିଓ ତରଫରୁ ନୁହଁ ବରଂ ସିଧାସଳଖ ମୋଦି ସରକାରଙ୍କ ତରଫରୁ ଆପଣଙ୍କୁ ମିଳିବ । ଏହି ଅବସରରେ ଆପଣ ଆପଣଙ୍କ ଭାବନାକୁ ନିଜ ସୃଜନଶୀଳତା ଜରିଆରେ ପରିପ୍ରକାଶ କରିପାରିବେ । ଏପରି କରିବା ଦ୍ୱାରା ଆପଣ ୫ ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଜିତିପାରିବେ । ତେବେ ଜାଣନ୍ତୁ ଆପଣ କିପରି ଏଥିରେ ଭାଗ ନେଇପାରିବେ ।

ମହାତ୍ମା ଗାନ୍ଧିଙ୍କର ୧୫୦ତମ ଜୟନ୍ତୀରେ ତାଙ୍କୁ ମନେ ପକାଇବା ପାଇଁ ମୋଦି ସରକାର ୪ଟି ପ୍ରତିଯୋଗିତାର ଆୟୋଜନ କରିଛନ୍ତି । ଏଥିରେ ଆପଣ ଡିଜାଇନ କରି କିମ୍ବା ଛୋଟ ଫିଲ୍ମ ତିଆରି କରି, ଫୋଟ ଉଠାଇ କିମ୍ବା ଚିତ୍ରାଙ୍କନ ମାଧ୍ୟମରେ ଆପଣଙ୍କ ବିଚାରକୁ ଉପସ୍ଥାପନ କରିପାରିବେ ।

ଡିଜାଇନ ପ୍ରତିଯୋଗିତା – ଯଦି ଆପଣ ଡିଜାଇନ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ଆସନ୍ତା ଜୁନ ମାସ ୧୫ ତାରିଖ ସୁଦ୍ଧା ଏଥିପାଇଁ ଆବେଦନ କରିବାକୁ ପଡିବ ।

ଫିଲ୍ମ – ମହାତ୍ମା ଗାନ୍ଧିଙ୍କର ବିଚାର ଏବଂ ଆଦର୍ଶକୁ ଆଧାର କରି ଫିଲ୍ମ ନିର୍ମାଣ କରିବାର ପ୍ରତିଯୋଗିତା ମଧ୍ୟ ସରକାରଙ୍କ ତରଫରୁ ଆୟୋଜନ କରାଯିବ । ଏହି ପ୍ରତିଯୋଗିତାରେ ଆପଣ ୩ ମିନିଟ କିମ୍ବା ୬ ମିନିଟର ଫିଲ୍ମ ତିଆରି କରିପାରିବେ ।

ଏହି ପ୍ରତିଯୋଗିତାରେ ଯଦି ଆପଣ ଭାଗ ନେଉଛନ୍ତି ତେବେ ଏଥିରେ ପ୍ରଥମ ସ୍ଥାନ ଅଧିକାର କଲେ ଆପଣଙ୍କୁ ମିଳିବ ୨୦୦୦୦ ଟଙ୍କା । ସେହିପରି ଦ୍ୱିତୀୟ ସ୍ଥାନ ଅଧିକାର କଲେ ୧୫୦୦୦ ଏବଂ ତୃତୀୟ ସ୍ଥାନରେ ଅଧିକାର କଲେ ମିଳିବ ୧୦୦୦୦ ଟଙ୍କାର ପୁରସ୍କାର । ଏଥି ପାଇଁ ଆପଣଙ୍କୁ ଜୁନ ମାସ ୧୫ ତାରିଖ ମଧ୍ୟରେ ଆବେଦନ କରିବାକୁ ହେବ ।

ଫୋଟ ପ୍ରତିଯୋଗିତା – ମହାତ୍ମା ଗାନ୍ଧିଙ୍କ ପ୍ରତି ଆପଣଙ୍କ ବିଚାର ଏବଂ ଭାବନାକୁ ଫୋଟ ଉଠାଇ ମଧ୍ୟ ଆପଣ ଦେଇ ପାରିବେ । ଯଦି ଆପଣ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସହ ପ୍ରଥମ ସ୍ଥାନ ଅକ୍ତିଆର କରୁଛନ୍ତି ତେବେ ଆପଣଙ୍କୁ ପୁରସ୍କାର ଆକାରରେ ୧୫୦୦୦ ଟଙ୍କା ମିଳିବ । ସେହିପରି ଦ୍ୱିତୀୟ ସ୍ଥାନ ଅଧିକାର କଲେ ୧୦୦୦୦ ଏବଂ ତୃତୀୟ ସ୍ଥାନ ଅଧିକାର କଲେ ୫ ହଜାର ଟଙ୍କାର ପୁରସ୍କାର ରାଶି ମିଳିବ ।

ଚିତ୍ରାଙ୍କନ ପ୍ରତିଯୋଗିତା – ଚିତ୍ର ମାଧ୍ୟମରେ ମଧ୍ୟ ଆପଣ ଆପଣଙ୍କର ବିଚାର ଏବଂ ଭାବନାକୁ ଉପସ୍ଥାପନ କରିପାରିବେ । ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲେ ୨୦୦୦୦, ଦ୍ୱିତାୟ ସ୍ଥାନ ଅଧିକାର କଲେ ୧୫୦୦୦ ଏବଂ ତୃତୀୟ ସ୍ଥାନ ଅଧିକାର କଲେ ୧୦୦୦୦ ଟଙ୍କା ପୁରସ୍କାର ମିଳିବ ।

ଏହି ୪ଟି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆବେଦନର ଅନ୍ତିମ ତାରିଖ ଜୁନ ୧୫ ତାରିଖ ରଖାଯାଇଛି । ତେବେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବାକୁ ହେଲେ ଆପଣ ସମସ୍ତ ନିୟମ ଏବଂ ସର୍ତ୍ତ ବାବଦରେ ଜାଣିନିଅନ୍ତୁ । ଅଧିକ ବିବରଣୀ ପାଇଁ ଆପଣ Mygov.inରେ ଲଗ ଇନ କରନ୍ତୁ । ଏବଂ ଏହି ସାଇଟରେ ହିଁ ଆପଣଙ୍କୁ ଆବେଦନ କରିବାକୁ ହେବ ।