‘ରାମାୟଣ’ର ସୀତା ଏବେ ଦିଶୁଛନ୍ତି କିଭଳି ?

333

କନକ ବ୍ୟୁରୋ: ପ୍ରଯୋଜକ ରମାନନ୍ଦ ସାଗରଙ୍କ ୮୦ ଦଶକରେ ଟେଲିଭିଜନରେ ପ୍ରସାରିତ ହୋଇଥିବା ପୌରାଣିକ ନାଟକ ‘ରାମାୟଣ’ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲା । ଆଉ ଏହି ନାଟକର ଚରିତ୍ରରେ ଅଭିନୟ କରିଥିବା କଳାକାରଙ୍କୁ ବେଶ୍ ଆଦରିଥିଲେ ଦର୍ଶକ । କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ପାଖାପାଖି ୬୫୦ ଲକ୍ଷ ଲୋକ ବା ୬୫ କୋଟି ଲୋକ ଏହି ଚରିତ୍ରକୁ ବେଶ୍ ପ୍ରଶଂସା କରିଥିଲେ । କ’ଣ ଆପଣ ଜାଣିଛନ୍ତି ରାମାୟଣ ନାଟକରେ ସୀତାଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ କିଭଳି ଦେଖାଯାଉଛନ୍ତି? ଏବେ ଦେବୀ ସୀତାଙ୍କ ଚରିତ୍ରରେ ଅଭିନୟ କରିଥିବା ଦୀପିକା ଚିଖାଲିଆଙ୍କ ବର୍ତ୍ତମାନର ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ସୁଚନା ମୁତାବକ ନୂତନ ରାମାୟଣ ସିରିୟଲରେ ଅଭିନୟ କରିବାକୁ ଯାଉଥିବା ଅଭିନେତ୍ରୀ ଦେବୀନା ବାନାର୍ଜୀ ୮୦ ଦଶକର ରାମାୟଣ ସିରିୟଲର ସୀତାଙ୍କୁ ଭେଟିଥିଲେ । ଏବେ ତାଙ୍କ ସହ ଫଟୋ ଊଙ୍ଖାଇ ନିଜର ଇ୍ମୃାଗ୍ରାମରେ ପୋଷ୍ଟ କରିଛନ୍ତି ।

୧୯୮୯ ଅଗଷ୍ଟ ୨୮ ତାରିଖରେ ‘ରମାୟଣ’ ସିରିଏଲର କି-ଫ୍ୟାକ୍ଟର ତଥା ନାୟକ ପ୍ରଭୁ ଶ୍ରୀରାମ ଓ ଦେବୀ ସୀତା ଚରିତ୍ରରେ ଅଭିନୟ କରିଥିବା କଳାକାରଙ୍କ ରୂପ ବେଶ ଅଲୌକିକ ଥିଲା । ପୌରାଣିକ ଗାଥା ଅନୁସାରେ ‘ରାମାୟଣ’ର ଚିତ୍ରଣକୁ ପ୍ରଦର୍ଶିତ କରାଇବା ପାଇଁ ପ୍ରୟାସ କରିଥିଲେ ସିରିୟଲ ନିର୍ମାତା । ତେଣୁ ସେହି ଭୂମିକାର ନାଟ୍ୟ ରୂପାନ୍ତର ଚିତ୍ରଣ ପାଇଁ ପ୍ରଯୋଜକ ରମାନନ୍ଦ ସାଗର ବେଶ ପ୍ରାଧାନ୍ୟ ଦେଇଥିଲେ । ଦେବାଦେବୀଙ୍କ ଭୂମିକା ଯଥା ପ୍ରଭୁ ଶ୍ରୀରାମଙ୍କ ଭୁମିକାରେ ଅରୁଣ ଗୋବିଲ ଏବଂ ସୀତା ଭୂମିକାରେ ଦିପିକା ଚିଖାଲିଆଙ୍କୁ ଚିତ୍ରଣ କରାଇଥିଲେ ପ୍ରଯୋଜକ । ଉଭୟଙ୍କ ରୂପକୁ ଦର୍ଶକ ପୌରାଣିକ ରାମାୟଣ ସହିତ ଅନୁଭବ ମଧ୍ୟ କରୁଥିବା ଦେଖିବାକୁ ମିଳିଥିଲା ।