ଆଣ୍ଠୁ ଯନ୍ତ୍ରଣାକୁ ନେଇ ଚିନ୍ତିତ କି ? ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କ’ଣ କରିବେ ଜାଣନ୍ତୁ । 

193

ଥରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଆରମ୍ଭ ହୋଇଗଲେ ,ଏହା ଖୁବ୍ ସମସ୍ୟାରେ ପକାଇଥାଏ । ଆଉ ଭଲ ସହଜରେ ହୋଇନଥାଏ । ଏମିତିକି କି ପୀଡ଼ାର ପ୍ରଭାବ ଏତେ ହୁଏ ଯେ କୈାଣସି ଔଷଧ ବି କାମ କରେନି । ରୋଗ ବଢିଲା ପରେ ଅପରେସନ ପାଇଁ ଡାକ୍ତର କୁହନ୍ତି । କିନ୍ତୁ ଉଚିତ୍ ଖାଇବାପିଇବା , ମାଲିସ୍ ଓ ଯୋଗାଭ୍ୟାସ ଉପରେ ଧ୍ୟାନ ଦେଲେ ଏହା ଖୁବ୍ ଲାଭକାରୀ ହୋଇଥାଏ । ଏହାଦ୍ୱାରା ଯନ୍ତ୍ରଣାରୁ ଉପଶମ ମିଳିଥାଏ ।

ଅଧିକ ଚଲାବୁଲା କରିବା ସିଡି ଅଧିକ ଚଢିବା, ଅଧିକ ଦୈାଡିବା , ଭାରୀ ଜିନିଷ ଉଠାଇବା , ଭୁଲ ଉପାୟରେ ବ୍ୟାୟାମ କରିବା ଶରୀରର ଓଜନ ବଢିବା ଦ୍ୱାରା ତଥା ଆଣ୍ଠୁର ଅଧିକ ପ୍ରୟୋଗ କରିବା ଦ୍ୱାରା ଆଣ୍ଠୁରେ ଥିବା କାର୍ଟିଲେଜ୍ ର କ୍ଷୟ ହେବାକୁ ଲାଗେ । ହାଡ ଗୁଡିକ ପରସ୍ପର ଭିତରେ ଯୋଡି ଦେବାକୁ ଲାଗେ । ଏହା ଦ୍ୱାରା ଆଣ୍ଠୁରେ ପୀଡ଼ା ଅନୁଭବ ହୁଏ ।

ଏଣୁ ଏ ସମସ୍ୟାରୁ ମୁକ୍ତି ପାଇଁ ଖାଦ୍ୟରେ ଭିଟାମିନ୍-ଡି ଓ ଭିଟାମି୍ନ-ସିର ମାତ୍ରା ବଢାଇବା ଉଚିତ୍ । ପୀଡ଼ା ନିବାରଣ ତେଲ ପ୍ରତିଦିନ ମାଲିସ୍ କରିବା ଉଚିତ୍ । ଲୁଣ ଓ ଚିନି ସେବାନ କମ୍ କରିବା ଦରକାର । ଆଣ୍ଠୁ ଭାଂଗି ବସିବା ଉଚିତ୍ ନୁହେଁ । ବଜ୍ରାସନ, ସୁଖାସନ ଆଦି ଆସନ (ଯେଉଁଥିରେ ଆଣ୍ଠୁ ଭାଙ୍ଗିବାକୁ ପଡେ) କରିବା ଉଚିତ୍ ନୁହେଁ ।