ଓସ୍ତ ପତ୍ରର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ !

213

ବତ୍ତର୍ମାନ ସମୟରେ ଲୋକାମନେ ଏତେ କର୍ମବ୍ୟସ୍ତ ଯେ ଖାଦ୍ୟ, ପାନୀୟ ସଠିକ୍ ସମୟରେ ଗ୍ରହଣ କରିନଥାନ୍ତି । ଯଦ୍ୱାରା ଅନେକ ସମସ୍ୟା ଦେଖାଦେଇଥାଏ । ସେଥିପାଇଁ ବଜାରରୁ ଔଷଧ କିଣି ସେବନ କରିଥାନ୍ତି । କିନ୍ତୁ ଅଧିକ ମାତ୍ରାରେ ଔଷଧ ସେବନ କରିବା ଦ୍ୱାରା ଯକୃତପ୍ରତି କ୍ଷତି ହେବାର ଆଶଙ୍କା ଅଧିକ ଥାଏ । ତେବେ ଆସନ୍ତୁ ଜାଣିବା ଆମେ ଯେଉଁ ଓସ୍ତ ଗଛକୁ ପୂଜା କରିଥାଉ । ସେହି ଓସ୍ତ ଗଛର ପତ୍ରରେ ଭରି ରହିଛି ଅନେକ ଔଷଧୀୟ ଗୁଣ । ଏହାଦ୍ୱାରା ଅନେକ ରୋଗରୁ ମୁକ୍ତି ପାଇ ପାରିବେ ।

– ଓସ୍ତ ଗଛର ଚୋପାକୁ ଖରାରେ ଶୁଖାଇଲା ପରେ ତାହାକୁ ଗୁଣ୍ଡ କରି ଏକ ଚୁର୍ଣ୍ଣ ପ୍ରସ୍ତୁତ କରନ୍ତୁ । ଏହି ଚୂର୍ଣ୍ଣକୁ କ୍ଷୀରରେ ଫୁଟାଇ ପିଅନ୍ତୁ । ଏହାଦ୍ୱାରା ଥଣ୍ଡା ସମ୍ବନ୍ଧୀୟ ତଥା ଆଜମା ରୋଗ ଦୂର ହୋଇଥାଏ ।

– ଯଦି ଆପଣଙ୍କୁ କୌଣସି ବିଷାକ୍ତ ଜନ୍ତୁ କାମୁଡୁଛି ତେବେ ଯଥାଶୀଘ୍ର ଓସ୍ତଗଛ ପତ୍ରର ରସ ବାହାର କରି ସେହି କ୍ଷତ ସ୍ଥାନରେ ଲଗାଇ ଦିଅନ୍ତୁ । ଏହା ଛଡା ସେହି ରସକୁ ଟିକେ ଛଡି ଟିକେ ପଦିଅନ୍ତୁ । ଏହାଦ୍ୱାରା ଶରୀରରେ ବିଷର ପ୍ରଭାବ କିମଥାଏ ।

– ଚର୍ମ ସମ୍ବନ୍ଧୀୟ ବିଭିନ୍ନ ରୋଗକୁ ଦୂର କରିବା ପାଇଁ ଓସ୍ତ ପତ୍ରରେ ଏକ କାଢା ପ୍ରସ୍ତୁତ କରି ପିଅନ୍ତୁ ।

– ଶରୀରରେ ଯେ କୌଣସି ସ୍ଥାନରେ ‘ଘା’ ହୋଇଥିଲେ ଓସ୍ତପତ୍ର ଚୂର୍ଣ୍ଣ ଲଗାଇ ଦିଅନ୍ତୁ । ଏହାଦ୍ୱାରା ‘ଘା’ ଭଲ ହୋଇଯାଇଥାଏ ।