ମୁହଁ ଖୋଲିଲେ ପାର୍ସଲ ବୋମା ପୀଡିତା : କହିଲେ ବିନା ଦୋଷରେ ଯାଇଛି ସ୍ୱାମୀ ଶେଖରଙ୍କ ଜୀବନ, ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

52

କନକ ବ୍ୟୁରୋ : କନକ ବ୍ୟୁରୋ : ମୁହଁ ଖୋଲିଲେ ବଲାଙ୍ଗୀର ପାର୍ସଲ ବୋମା ପୀଡିତା । ତାଙ୍କ ପରିବାରକୁ ନ୍ୟାୟ ମିଳୁ ବୋଲି ସେ କହିଛନ୍ତି । ବିନା ଦୋଷରେ ତାଙ୍କ ନିରୀହ ସୌମ୍ୟ ଶେଖରଙ୍କ ମୃତ୍ୟୁ ହୋଇଛି । ପାର୍ସଲ କେଉଁଠୁ ଆସିଥିଲା, କିଏ ଦେଇଥିଲା, ତାହାର ସବିଶେଷ ଯାଞ୍ଚ କରାଯାଉ ବୋଲି ରୀମା ଦାବି କରିଛନ୍ତି । ଏହି ଘଟଣାରେ ସୌମ୍ୟ ଶେଖରଙ୍କର କିଛି ବି ଦୋଷ ନଥିଲା । ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଥିବା କହିଛନ୍ତି ।

ସୂଚନାଯୋଗ୍ୟ ଗତକାଲି ପାଟଣାଗଡ଼ ଗିଫ୍ଟ ବୋମା ବିସ୍ଫୋରଣର ପୂରା ସତ ଜାଣିଲେ ଆହତ ନବବଧୂ ରିମା । ବିସ୍ଫୋରଣରେ ସ୍ୱାମୀ ସୌମ୍ୟଶେଖରଙ୍କ ମୃତ୍ୟୁ ହୋଇଥିବା ଖବର ଘଟଣାର ୨୫ ଦିନ ପରେ ଜାଣିଲେ ରିମା । କଟକ ମେଡିକାଲ୍ ପ୍ଲାଷ୍ଟିକ୍ ସର୍ଜରି ବର୍ନ ୱାର୍ଡରେ ସକାଳୁ ଟିଫିନ୍ ଖାଉଥିବା ବେଳେ ଏକ ପୁରୁଣା ଖବର କାଗଜରୁ ରିମାଙ୍କୁ ମିଳିଥିଲା ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଖବର । ପରିବାର ଲୋକ ଓ ଡାକ୍ତର ଲୁଚାଇଥିବା ଏହି ନିଷ୍ଠୁର ସତ୍ୟକୁ ଅତି ନାଟକୀୟ ଭାବେ ଜାଣିବା ପରେ ସେ ଏହାକୁ ବରଦାସ୍ତ କରିପାରିନଥିଲେ । ଖସି ଯାଇଥିଲା ତାଙ୍କ ପାଦ ତଳରୁ ମାଟି । ସ୍ୱାମୀ ତ ମରି ଯାଇଛନ୍ତି, ତାଙ୍କୁ କାହିଁକି ବଂଚାଇଲ ବୋଲି କାନ୍ଦି କାନ୍ଦି କହୁଥିଲେ ରିମା । ପ୍ରାୟ ୪ -୫ ଘଂଟା ପର୍ଯ୍ୟନ୍ତ ତାଙ୍କୁ ସମ୍ଭାଳିବା ପାଇଁ ଡାକ୍ତର, ନର୍ସ ଓ ପରିବାର ଲୋକ ନୟାନ୍ତ ହୋଇଥିଲେ । ଗତ ଫେବ୍ରୁଆରି ମାସ ୨୩ ତାରିଖରେ ପାଟଣାଗଡ଼ ଅଂଚଳରେ ଘଟିଥିଲା ପାର୍ସଲ ବୋମା ବିସ୍ଫୋରଣ । ସୌମ୍ୟଶେଖର ଓ ରିମାଙ୍କ ବାହାଘରର ୫ ଦିନ ପରେ ଘରେ ପହଁଚିଥିଲା ଏକ ଗିଫ୍ଟ ପାର୍ସଲ । ଏହାକୁ ଖୋଲିବା ପରେ ଘଟିଥିଲା ଏହି ଭୟଙ୍କର ବିସ୍ଫୋରଣ ।