ଘର କିଣିବାକୁ ଆଗ୍ରହି ବ୍ୟକ୍ତିଙ୍କ ପାଇଁ ଖୁସି ଖବର । ନିର୍ମାଣାଧୀନ ଫ୍ଲାଟ୍ ଉପରୁ ଜିଏସଟି କମାଇଲେ କେନ୍ଦ୍ର ସରକାର । 

ଶସ୍ତା ହେଲା ଘର କିଣିବା । ନିର୍ମାଣଧୀନ ଘର ଉପରେ ଜିଏସଟିକୁ ୫ ପ୍ରତିଶତକୁ ହ୍ରାସ କରିଛନ୍ତି ଜିଏସଟି କାଉନସିଲ ।

91

କନକ ବ୍ୟୁରୋ: ଶସ୍ତା ହେଲା ଘର କିଣିବା । ନିର୍ମାଣଧୀନ ଘର ଉପରେ ଜିଏସଟିକୁ ୫ ପ୍ରତିଶତକୁ ହ୍ରାସ କରିଛନ୍ତି ଜିଏସଟି କାଉନସିଲ । ପୂର୍ବରୁ ଏହା ଉପରେ ଜିଏସଟି ୧୨ ପ୍ରତିଶତ ଥିଲା । ମେଟ୍ରୋ ସହରରେ ୬୦ ବର୍ଗ ମିଟର ଓ ୪୫ ଲକ୍ଷ ଟଙ୍କାର ଘର ଉପରେ ଏବଂ ଅନ୍ୟ ସହରରେ ୯୦ ବର୍ଗ ମିଟର ଘର ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ । ଏପ୍ରିଲ ୧ ତାରିଖରୁ ନୂଆ ଜିଏସଟି ଲାଗୁ ହେବ ।

କେନ୍ଦ୍ର ସରକାର ନିର୍ବାଚନ ପୂର୍ବରୁ ଘର କିଣିବାକୁ ଚାହୁଁଥିବା ଲୋକମାନଙ୍କୁ ଜିଏସଟି ଜରିଆରେ ଏକ ବଡ ଉପହାର ପ୍ରଦାନ କରିଛନ୍ତି । ଜିଏସଟି କାରଣରୁ ଅନେକ ଲୋକ ଘର କିଣିବାକୁ ଚାହୁଁଥିଲେ ମଧ୍ୟ ଘର କିଣିବା ସମ୍ଭବ ହୋଇପାରୁନଥିଲା । କିନ୍ତୁ ଏବେ କେନ୍ଦ୍ର ସରକାର ନିର୍ମାଣଧିନ ଘର ଉପରେ ଜିଏସଟି ହ୍ରାସ କରିବା ପରେ ଲୋକମାନଙ୍କୁ ଆଶ୍ୱସ୍ତି ମିଳିଛି । ରବିବାର ହୋଇଥିବା ବୈଠକରେ ଜିଏସଟି ସମ୍ପର୍କରେ ଆଲୋଚନା କରି ନିଷ୍ପତି ନିଆଯାଇଛି । ଏହି ପ୍ରସଙ୍ଗରେ ଜେଟଲୀ କହିଛନ୍ତି, ଜିଏସଟି ଦର ହ୍ରାସ ହେବା ଦ୍ୱାରା ଘର ନିର୍ମାଣ କ୍ଷେତ୍ରରେ ନିଶ୍ଚିତ ଭାବେ ଲୋକମାନେ ଏହାର ଫାଇଦା ପାଇପାରିବେ । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହା ମଧ୍ୟ କହିଛନ୍ତି କି, ଲଟେରି ଉପରେ ଲାଗୁଥିବା ଜିଏସଟି ସମ୍ପର୍କରେ ନେବାକୁ ଥିବା ନିଷ୍ପତିକୁ ବର୍ତମାନ ପାଇଁ ଟାଳି ଦିଆଯାଇଛି । ଏହା ସମ୍ପର୍କରେ ଆଉ ଏକ ବୈଠକରେ ଆଲୋଚନା କରାଯିବ ।