ରିଲାଏନ୍ସ ଜିଓର ନୂଆ ଆପ୍‌ ‘ଲୋକେଟ୍‌ ମାଇଁ ଡିଭାଇସ୍‌’! ସହଜରେ ମିଳିବ ଚୋରୀ ହୋଇଥିବା ମୋବାଇଲ୍

44

ମାଗଣା କଲ୍‌ ଓ ଡାଟା ସହ ଅଗ୍ରଣୀ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ପୁଣି ଏକ ନୂଆ ଉପହାର ଭେଟି ଦେବାକୁ ଯାଉଛି ତା’ର ଉପଭୋକ୍ତାଙ୍କୁ । ଖୁବ୍‌ ଶୀଘ୍ର ଜିଓ ଆରମ୍ଭ କରିବ ନୂଆ ଫିଚର ‘ଲୋକେଟ୍‌ ମାଇଁ ଡିଭାଇସ୍‌’। ଏହି ଆପ୍ ଦ୍ୱାରା ଜଣେ ଜିଓ ଗ୍ରାହକ ନିଜର ହଜି ଯାଇଥିବା କିମ୍ବା ଚୋରି ହୋଇଯାଇଥିବା ଫୋନକୁ ସହଜରେ ଠାବ କରିପାରିବ।

ଆଉ ଏହା ଜିପିଏସ୍‌ର ମାଧ୍ୟମରେ ହୋଇପାରିବ । ଏହି ସୁବିଧା ପାଇବାକୁ ହେଲେ ଉପଭୋକ୍ତାଙ୍କୁ ରିଲାଏନ୍ସ ଜିଓର ୱେବ୍ ସାଇଟରେ ଲଗ ଇନ୍‌ କରିପାରିବେ । ତେବେ ବର୍ତ୍ତମାନ ଏହା ଲାଇଭ୍‌ ହୋଇନାହିଁ । ଏହି ଆପ୍ ଦ୍ୱାରା ଉପଭୋକ୍ତା ନିଜ ଫୋନର ଅପବ୍ୟବହାରକୁ ରୋକିପାରିବ।