ରିଲାଏନ୍ସ ଜିଓ ଫାଇବର ଯୋଜନା ହେଲା ଲିକ୍ ! ୩ ମାସ ପାଇଁ ୧୦୦ ଏମବିପିଏସ୍ ବେଗରେ ୧୦୦ ଜିବି ଡାଟା ମିଳିବ ମାଗଣା

20

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ରିଲାଏନ୍ସର ଜିଓ ଫାଇବର ଯୋଜନା ଲିକ୍ ହୋଇଛି । ବହୁତ ଲୋଭନୀୟ ଭାବେ ମୋବାଇଲ ଡାଟା ଯୋଜନା ଜରିଆରେ ଟେଲିକମ ସେକ୍ଟରରେ ହଲଚଲ ସୃଷ୍ଟି କରିବା ପରେ ରିଲାଏନ୍ସ ଜିଓର ନଜର ରହିଛି ବ୍ରଡ଼ବ୍ରାଣ୍ଡ ସେକ୍ଟର ଉପରେ । ରିଲାଏନ୍ସ ଜିଓ ଖୁବ ଶୀଘ୍ର ଜିଓ ଫାଇବର ବ୍ରଡ଼ବ୍ୟାଣ୍ଡ ସେବା ଲଞ୍ଚ କରିବ । କମ୍ପାନୀର ଏହି ସେବାର ପରୀକ୍ଷା ଗତ ବର୍ଷରୁ ଆରମ୍ଭ ହୋଇଥିଲା । ଏବେ ଜିଓ ଭୁଲରେ ନିଜ ୱେବସାଇଟରେ ଜିଓ ଫାଇବର କନେକ୍ସନର ଯୋଜନା ଘୋଷଣା କରିଦେଇଛି ।

କମ୍ପାନୀ ୱେବସାଇଟରେ କିଛି ସମୟ ପାଇଁ ଜିିଓ ଫାଇବର ପ୍ରିଭ୍ୟୁ ଯୋଜନାକୁ ଆକ୍ଟିଭ୍ କରିଦେଇଥିଲା । ଏହି ଅଫର ଅନୁସାରେ କମ୍ପାନୀ ୩ ମାସ ପର୍ଯ୍ୟନ୍ତ ଗ୍ରାହକଙ୍କୁ ୧୦୦ ଏମବିପିଏସ୍ ବେଗରେ ୧୦୦ ଜିବି ଡାଟା ମାଗଣାରେ ପ୍ରାଦାନ କରିବ । ଏଥିପାଇଁ ଗ୍ରାହକଙ୍କୁ ୪,୫୦୦ ଟଙ୍କା ରାଶି ଇନଷ୍ଟୋଲେସନ ଚାର୍ଜ ଦେବାକୁ ପଡ଼ିବ । ଗ୍ରାହକ ନିର୍ଦ୍ଧାରିତ ସମୟ ଭିତରେ ୧୦୦ ଜିବିି ଡାଟା ଶେଷ କରବା ପରେ ଇଣ୍ଟରନେଟର ବେଗ ଆପେ ଆପେ ୧ ଏମବିପିଏସ ହୋଇଯିବ ।

ଜିଓ ଫାଇବର ପ୍ରିଭ୍ୟୁ ଯୋଜନା ବ୍ୟତୀତ ୱେସାଇଟରେ ଉକ୍ତ ସହର ମାନଙ୍କ ନାମ ଘୋଷଣା କରାଯାଇଥିଲା ଯେଉଁଠି ପ୍ରଥମେ ଜିଓ ଫାଇବର ଯୋଜନା ଉପଲବ୍ଧ କରାଯିବ । ଏଥିରେ ଅହମଦାବାଦ, ଦିଲ୍ଲୀ, କୋଲାକତା, ମୁମ୍ବାଇ,ସୁରତ, ବଡ଼ଦୋରା ଓ ବିଶାଖାପାଟଣା ଆଦି ସହରର ନାମ ସାମିଲ ଅଛି । ୱେବସାଇଟର ସୂଚନା ଅନୁସାରେ ଯାହା ଜଣାପଡ଼ୁଛି ଇନଷ୍ଟୋଲେସନ ସମୟରେ କମ୍ପାନୀ ନିଜର କଷ୍ଟମ ରାଉଟର ପ୍ରଦାନ କରିବ । ଏହାର ମୂଲ୍ୟ ଇନଷ୍ଟୋଲେସନ ଚାର୍ଜରେ ହିଁ ସାମେିଲ ରହିବ ।
 ସୌଜନ୍ୟ –ଗ୍ୟାଜେଟସ୍୩୬୦