ଗ୍ରାହକଙ୍କ ପାଇଁ ଖୁସି ଖବର ! ଜିଓ ଲଂଚ କଲା ୧ ବର୍ଷ ପାଇଁ ମାଗଣା ସେବା,ଜାଣନ୍ତୁ କିପରି କରିବେ ବ୍ୟବହାର ?

44

ଜିଓ ଆରମ୍ଭରୁ ନିଜ ଗ୍ରାହକଙ୍କୁ ଅନେକ ଲାଭଦାୟକ ଅଫର ପ୍ରଦାନ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ କମ୍ପାନୀ ନିଜ ଗ୍ରାହକମାନଙ୍କ ପାଇଁ ଅନେକ ଅଫର ଦେଇଛି ଏବେ କମ୍ପାନୀ ନିଜ ଗ୍ରାହଙ୍କ ପାଇଁ ଆଉ ଏକ ସରପ୍ରାଇଜ ଆଣିଛି । ଜିଓ ନିକଟରେ ସିନେ ନିର୍ମାତା ଇରୋଜ ଇଂଟରନ୍ୟାସନାଲ ସହିତ ନିଜର ଚୁକ୍ତିନାମକୁ ରିନ୍ୟୁ କରିଦେଇଛି । ଜିଓ ଏବଂ ଇରୋଜ ଉଂଟରନ୍ୟାସନାସର ଚୁକ୍ତି ପରେ ଜିଓ ଗ୍ରାହକମାନେ ବଲିଉଡ ସିନେମା ସହିତ ଅନେକ ବିଦେଶୀ ସିନେମା ଦେଖିପାରିବେ, ଯାହାର ଅନେକ ଭାଷାରେ ସବଟାଇଟଲ ରହିବ ।

ସୂଚନାଯୋଗ୍ୟ ଟେଲିକମ ଅପରେଟର ଏୟାରଟେଲ ମଧ୍ୟ ୧ବର୍ଷ ପାଇଁ ଆମାଜନ ପ୍ରାଇମ ମେମ୍ବରସିପ ଦେବାକୁ ଘୋଷଣା କରିଥିଲା । ଏୟାରଟେଲର ଆମାଜନ ପ୍ରାଇମ ମେମ୍ବରସିପରେ ଗ୍ରାହକ ଅସୀମିତ ସିନେମା ଦେଖିବାର ମଜା ନେଇପାରିବେ । ଏହା ବ୍ୟତୀତ ଏଥିରେ ମ୍ୟୁଜିକ ଭିଡିଓ ପ୍ଲେଲିଷ୍ଟ, ଆଂଚଳିକ ଭାଷାର ଫିଲ୍ଟର୍ସ ସହିତ ଭିଡିଓ ପ୍ରୋଗ୍ରେସନ ପରି ଅନେକ ଫିଚର ସାମିଲ ରହିଛି ।

ଏୟାରଟେଲର ନିଜ ଗ୍ରାହଙ୍କ ପାଇଁ ଆମାଜନ ପ୍ରାଇମ ଭିଡିଓ ପାଇଁ ଏକ ବର୍ଷର ମାଗଣା ସବକ୍ରିପ୍ସନର ଅଫର ଲଂଚ କରିଛି । ଏହି ଅଫର ଅନୁସାରେ ଏୟାରଟେଲ ଗ୍ରାହକ ଆମାଜାନ ପ୍ରାଇମ ଭିଡିଓ ଜରିଆରେ ଏକ ବର୍ଷ ପାଇଁ ମାଗଣା ସିନେମା ଓ ଭିଡିଓ ଦେଖିପାରିବେ । ସୂଚନା ଅନୁସାରେ ଆମାଜନ ପ୍ରାଇମ ମେମ୍ବର ହେବା ପାଇଁ ୯୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ ।