ମାର୍ଚ୍ଚ ପରେ ବି ମାଗଣା ! ରିଲାଏନ୍ସ ଜିଓ ବଢାଇ ପାରେ ମାଗଣା ସର୍ଭିସର ସୀମା

68

ଜିଓ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । କମ୍ପାନୀ ପକ୍ଷରୁ ଜିଓର ଅଫରର ସମୟସୀମାକୁ ବଢାଇ ଦିଆଯାଇଥିବା ସୂଚନା ମିଳିଛି । ଏହାର ମାଗଣା ସର୍ଭିସର ସେବା ମାର୍ଚ୍ଚ ୩୧ ପରିବର୍ତ୍ତେ ଜୁନ୍ ୩୦ ପର୍ଯ୍ୟନ୍ତ ଉପଲବ୍ଧ ହେବ । ଅର୍ଥାତ୍ ଉପଭୋକ୍ତା ଜିଓର ମାଗଣା ଅନଲିମିଟେଡ୍ ଭଏସ୍ କଲ୍ ଓ ଡାଟା ସେବାର ଲାଭ ଜୁନ୍ ୩୦ ପର୍ଯ୍ୟନ୍ତ ଉଠାଇ ପାରିବେ ।

ଗତବର୍ଷ ସେପ୍ଟେମ୍ବର ମାସରେ ଦମଦାର୍ ଅଫର୍ ସହ ମାର୍କେଟରେ ପ୍ରବେଶ କରିଥିଲା ରିଲାଏନ୍ସ ଜିଓ । ପ୍ରଥମେ ୱେଲକମ୍ ଅଫର୍ ଜରିଆରେ ଉପଭୋକ୍ତାଙ୍କୁ ଡିସେମ୍ବର ୩୧ ଯାଏଁ ମାଗଣା କଲ୍ ଓ ଡାଟା ଦେଇଥିଲା । ପରେ ନ୍ୟୁ ଇୟର୍ ଅଫର୍ ହିସାବରେ ଏହାର ଅବଧି ମାର୍ଚ୍ଚ ୩୧ ଯାଏଁ ବଢାଇ ଦିଆଯାଇଥିଲା ।