ପୁଣି ଧମାକା କଲା ଜିଓ ! ଗ୍ରାହକଙ୍କ ପାଇଁ ଅପଡେଟ ହେଲା ପ୍ରିପେଡ ଓ ପୋଷ୍ଟପେଡ ଯୋଜନା

55

ସବୁ ଜିଓ ଗ୍ରାହକ ଜାଣନ୍ତି ଏବେ ରିଲାଏନ୍ସର ମାଗଣା ସେବା ନାହିଁ । ଏବେ ଗ୍ରାହକଙ୍କୁ ଜିଓ ସେବାପାଇଁ ରିଚାର୍ଜ କରିବାକୁ ପଡିବ । ଏଥିପାଇଁ କମ୍ପାନୀ ‘ଧନ ଧନା ଧନ’ ଅଫର ଆଣିଥିଲା । ଏହି ଯୋଜନାରେ ଥରେ ରିଚାର୍ଜ କଲେ ତନି ମାସ ପର୍ଯନ୍ତ ଜିଓ ସେବା ମିଳିବ । ପ୍ରଥମରୁ ଜଣା ଅଛି ‘ଧନ ଧନା ଧନ’ ଅଫରରେ ୩୦୯ ଟଙ୍କାର ରିଚାର୍ଜ କଲେ ମାଗଣା ଭଏସ କଲ ଓ ପ୍ରତିଦିନ ୧ ଜିବି ୪ ଜି ଡାଟା ସୁବିଧା ମଳିବ । ଏହାସହ ୫୦୯ ଟଙ୍କାର ରିଚାର୍ଜରେ ଡାଟାର ସୀମା ରହିବ ୨ ଜିବି । ୧୪୯ ଟଙ୍କିଆ ପ୍ରିପେଡ ଯୋଜନା ମଧ୍ୟ ରହିଛି ।

କିନ୍ତୁ ଏବେ ଜିଓ ତା’ର ଯୋଜନାକୁ ଅପଡେଟ କରି ପ୍ରିପେଡ ଓ ପୋଷ୍ଟପେଡ ଗ୍ରାହକଙ୍କ ପାଇଁ କିଛି ନୁଆ ଯୋଜନା ଆଣିଛି । ଆସନ୍ତୁ ପ୍ରଥମେ ଆମେ ପ୍ରିପେଡ ଗ୍ରାହକଙ୍କକ ଯୋଜନା ବିଷୟରେ କିଛି ଜାଣିବା । ପ୍ରିପେଡ ଗ୍ରାହକଙ୍କ ପାଇଁ ସବୁଠାରୁ ଶସ୍ତା ଯୋଜନା ୧୯ ଟଙ୍କାର, ଯାହାର ବୈଧତା ୧ ଦିନ ଓ ଏଥିରେ ପ୍ରାଇମ ମେମ୍ବରକୁ ଅସୀମୀତ କଲ ସହ ୨୦୦ ଏମବି ଡାଟା ମିଳିବ ଏବଂ ନନ ପ୍ରାଇମ ମେମ୍ବରରକୁ ୧୦୦ ଏମବି ଡାଟା ମିଳବ । ଦ୍ୱିତୀୟ ଯୋଜନା ହେଲା ୪୯ ଟଙ୍କାର , ଏଥିରେ ବୈଧତା ୩ ଦିନ ପର୍ଯ୍ୟନ୍ତ ରହିବ ।

ଏଥିରେ ପ୍ରାଇମ ମେମ୍ବର ପାଇଁ ଅସୀମିତ ମାଗଣା କଲ ଓ ଏସଏମସ ସହ ୬୦୦ ଏମିବି ଡାଟା ସୁବିଧା ରହିବ ର ଏହାସ ଓ ନନ ପ୍ରାଇମ ମେମ୍ବରଙ୍କ ପାଇଁ ୩୦୦ ଏମବି ଡାଟା ମିଳିବ । ଏହାପରେ ୯୬ ଟଙ୍କିଆ ଯୋଜନାରେ ବୈଧତା ରହିଛି ୭ ଦିନ । ଏହି ଯୋଜନାରେ ଜିଓ ପ୍ରାଇମ ମେମ୍ବରଙ୍କୁ ସବୁ ଦିନ ୧ ଜିବି ସୀମା ଓ ଅସୀମିତ କଲ ସୁବିଧା ଦିଆଯିବ । ଏହି ଯୋଜନାରେ ନନ ପ୍ରାଇମ ମେମ୍ବେର ପାଇଁ କେବଳ ୬୦୦ ଏମବି ଡାଟା ର ସୀମା ରହିଛି ।

୧୪୯ ଟଙ୍କିଆ ଯୋଜନାରେ ବୈଧତା ରହିଛି ୨୮ ଦିନ । ଏଥିରେ ଅସୀମିତ ଭଏସ କଲ,ମାଗଣା ନ୍ୟାସନାଲ ରୋମିଂ,୩୦୦ ଏସଏମସ ଓ ଜିଓ ଆପ ମାଗଣା ସବସ୍କ୍ରିପସନ ପ୍ରାଇମ ମେମ୍ବରଙ୍କୁ ମଳିବ । ଏକ ମାସ ପାଇଁ ୨ ଜିବି ଟାଡା ଓ ବାକି ମେମ୍ବର ୧ ଜିବି ଡାଟାର ଲାଭ ଉଠାଇପାରିବେ । ଏହାସହ ସବୁ ଯୋଜନା କିଛି ଏମିତି ପ୍ରକାରେ ଅପଡେଟ କରାଯାଇଛି । ପୋଷ୍ଟପଡ ଗ୍ରାହକଙ୍କ ପାଇଁ ୩ଟି ନୂଆ ଯୋଜନା ଆଣିଛି ଜିଓ । ଯାହାକୁ ଗ୍ରାହକ ଜିଓ ୱେବସାଇଟ ଯାଇ ଦେଖିପାରିବେ ।