ମାର୍ଚ୍ଚ ପରେ ବି ଜିଓ ମାଗଣା! ପ୍ରତିଦ୍ୱନ୍ଦ୍ୱିଙ୍କ ଅନୁରୂପ ଅଫର୍ ପାଇଁ ବଢିପାରେ ଅବଧି

60

ମାର୍ଚ୍ଚ ପରେ ବି ଫ୍ରି ବଜାୟ ରଖିପାରେ ରିଲାଏନ୍ସ ଜିଓ । ଟେଲିକମ୍ ଦୁନିଆରେ ସୃଷ୍ଟି ହୋଇଥିବା ଅଘୋଷିତ ଯୁଦ୍ଧ ଯୋଗୁଁ ଏବେ ଏହି ସମ୍ଭାବନା ସୃଷ୍ଟି ହୋଇଛି । ଅର୍ଥନୀତି ବିଶେଷଜ୍ଞ ଏହି ଆଶଙ୍କା କରିଛନ୍ତି । ରିଲାଏନ୍ସ ଜିଓ ପରେ ଭୋଡାଫୋନ୍ ମାଗଣା ଭଏସ୍ କଲ୍ ଯୋଗାଇବାକୁ ଘୋଷଣା କରିସାରିଛି ।

ଭାରତୀ ଏୟାରଟେଲ୍ ବି ଭଏସ୍ କଲ୍ ଫ୍ରି କରିବାକୁ ଘୋଷଣା କରିଛି । ସେପଟେ ରିଲାଏନ୍ସ ଜିଓ ପକ୍ଷରୁ ଫ୍ରି ଅଫରକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଡିସେମ୍ବର ୩୧ ତାରିଖ ଡେଡଲାଇନ୍ ଥିବାବେଳେ ପରେ ଏହାକୁ ମାର୍ଚ୍ଚ ୩୧ ଯାଏଁ ବଢାଇଦେଇଛି କମ୍ପାନୀ । ରିଲାଏନ୍ସର ଏହି ଘୋଷଣା ପରେ ଭୋଡାଫୋନ୍ ଏବଂ ଏୟାରଟେଲ୍ ବି ଏହି ରେସରେ ସାମିଲ ହୋଇ ଫ୍ରି ସୁବିଧା ଘୋଷଣା କରିଥିଲେ । ଏବେ ରିଲାଏନ୍ସ ଫ୍ରି ସୁବିଧାକୁ ଆହୁରି ବର୍ଷେଯାଏଁ ବଢାଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।