ଗ୍ରାହକଙ୍କ ପାଇଁ ଜିଓର ଆଉ ଏକ ଉପହାର ! ମାର୍କେଟକୁ ଆଣିବ ସିମ୍ ବାଲା ଲାପଟପ ।

36

ରିଲାଏନ୍ସ ଜିଓ ପ୍ରଥମେ ଜିଓ ସିମ୍ ଏବଂ ପରେ ଜିଓ ମୋବାଇଲ ଫୋନ ଲଞ୍ଚ କରି ଟେଲିକମ୍ ଇଣ୍ଡଷ୍ଟ୍ରିରେ ଏକ ପ୍ରକାର ଭୂମିକମ୍ପ ସୃଷ୍ଟି କରିଥିଲା । ୪ଜି ସର୍ଭିସ ଏବଂ ମୋବାଇଲ ଫୋନ ପରେ କମ୍ପାନୀ କଣ ଲାପଟପ ଆଣିବା ପାଇଁ ପ୍ରସ୍ତୁତି କରୁଛି କି ? ରିପୋର୍ଟ ଅନୁସାରେ, ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ ସେଲୁଲାର କନେକସନ୍ ବାଲା ଲାପଟପ ଆଣିବା ପାଇଁ ପ୍ରସ୍ତୁତି କରୁଛି ।

ରିପୋର୍ଟରେ କୁହାଯାଇଛି ଯେ, ରିଲାଏନ୍ସ ଜିଓ ସିମ୍ ବାଲା ଲାପଟପ ଆଣିବା ପାଇଁ ଏକ ଆମେରିକୀୟ ପ୍ରୋସେସର କମ୍ପାନୀ ସହ କଥାବାର୍ତ୍ତା ଚାଲିଛି । ଏଥିରେ Windows ୧୦ ରହିବ ଏବଂ ବ୍ୟବହାରକାରୀ ଏଥିରେ ସିମ ଲଗାଇପାରିବେ । ରିଲାଏନ୍ସ ଜିଓ ପକ୍ଷରୁ ଏପର୍ଯ୍ୟନ୍ତ ଏହି ବାବଦରେ କୌଣସି ସୂଚନା ଦିଆଯାଇନାହିଁ । କିନ୍ତୁ ଏକ ଆମେରିକୀୟ ପ୍ରୋସେସର କମ୍ପାନୀର ଜଣେ ଅଧିକାରୀ କହିଛନ୍ତି ଯେ, ସେ ଜିଓ ସହ କଥାବାର୍ତ୍ତା କରୁଛନ୍ତି । ସେ କହିଛନ୍ତି ଯେ, ସେ ଡିଭାଇସ ନେଇ ଡାଟା ଏବଂ କଣ୍ଟେଣ୍ଟ ବିକ୍ରି କରିପାରନ୍ତି ।

ଇଟି ର ଏକ ରିପୋର୍ଟ ଅନୁଯାୟୀ, ଆମେରିକୀୟ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ସେମାନେ ଭାରତୀୟ ସ୍ମାର୍ଟଫୋନ ମେକର ସ୍ମାଟ୍ରୋନ ସହ କଥାବାର୍ତ୍ତା କରୁଛନ୍ତି ଯେମିତି କି ସେଲୁଲାର କନେକ୍ଟିଭିଟି ବାଲା ଲାପଟପ ଅଣାଯାଇପାରିବ ଏବଂ ଏଥିରେ ସ୍ମାପଡ୍ରାଗନ ୮୩୫ ପ୍ରୋସେସର ଦିଆଯାଇପାରିବ ।

ରିପୋର୍ଟ ଅନୁଯାୟୀ, ରିଲାଏନ୍ସ ଜିଓ ପାଇଁ ଆଗାମୀ ସବୁଠାରୁ ବଡ ପ୍ରୋଜେକ୍ଟ ଲାପଟପ ରହିବ । ଯାହାକି କମ୍ପାନୀକୁ ଆଭରେଜ ରେଭେନ୍ୟୁ ପ୍ରତି ୟୁଜର୍ସ ବଢାଇବାରେ ସାହାଯ୍ୟ ମିଳିବ । ତେବେ ମାର୍କେଟରେ ସେଲୁଲାର କନେକ୍ଟିଭିଟି ବାଲା ଟ୍ୟାବଲେଟ ରହିଛି କିନ୍ତୁ ଲାପଟପ ନାହିଁ । ଯଦି ଜିଓ ଏହାକୁ ଲଞ୍ଚ କରେ ତେବେ ନିଶ୍ଚିତ ଭାବେ କିଛି ନୂଆ ପ୍ଲାନ ମଧ୍ୟ ଲଞ୍ଚ କରିବ । କାହିଁକି ନା କମ୍ପ୍ୟୁଟରରେ ମୋବାଇଲ ଅପେକ୍ଷା ଅଧିକ ଡାଟା ବ୍ୟବହାର ହୋଇଥାଏ । ଆଉ ଏଥି ପାଇଁ କେବଳ କମ୍ପ୍ୟୁଟର ବ୍ୟବହାରକାରୀଙ୍କ ପାଇଁ ଜିଓ ଅଲଗା କିଛି ପ୍ଲାନ ଲଞ୍ଚ କରିପାରେ ।