ଜିଓର ପୁଣିି ଅଫର୍ ବର୍ଷା ! ‘ମାଇଁ ଭାଉଚର୍’ ପ୍ଲାନ୍ ସହ ଗ୍ରାହକଙ୍କୁ ଦେଲା ଖୁସିଖବର

60

ରିଲାଏନ୍ସ ଜିଓ କୌଣସି ବି ପରିସ୍ଥିତିରେ ନିଜ ଗ୍ରାହକ ମାନଙ୍କୁ ଅନ୍ୟ ଟେଲିକମ୍ କମ୍ପାନୀ ପାଖକୁ ଛାଡିବାକୁ ନାରାଜ୍ । ସେଥିପାଇଁ ବିନା ସିଜିନରେ ଅଫର ଉପରେ ଅଫର୍ ଦେବାରେ ଲାଗିଛି । ‘ଧନ୍ ଧନା ଧନ୍’ ଅଫର୍ ପରେ ଏବେ ‘ମାଇଁ ଭାଉଚର୍’ ନାମକ ଏକ ନୂଆ ପ୍ଲାନ୍ ଆଣିଛି ଜିଓ । ତେବେ ଏହା ଏମିତି ଏକ ପ୍ଲାନ୍ ଯାହା ଆଜି ଯାଏଁ କୌଣସି ଭାରତୀୟ ଟେଲିକମ୍ କମ୍ପାନୀ ଆଗରୁ ଦେଇନଥିଲେ ।

ମାଇଁ ଜିଓ ଆପରେ ଏବେ ଦୁଇଟି ରିଚାର୍ଜ ଭାଉଚର୍ କିଣିବାର ବିକଳ୍ପ ଦେଖାଉଛି । ଗୋଟିଏ ୩୦୯ ଏବଂ ଅନ୍ୟଟି ୫୦୯ ଟଙ୍କାର । ‘ମାଇଁ ଭାଉଚର୍’ ପ୍ଲାନର ଲାଭ ହେଉଛି ଆପଣଙ୍କ ପାଖରେ ଯଦି ଏବେ ଟଙ୍କା ଅଛି ତେବେ ଏହି ଭାଉଚର୍ କିଣି ରଖିପାରିବେ । ଏବଂ ପରେ ଆକ୍ଟିଭ୍ କରିପାରିବେ ।

ଦେଶରେ ଆଜି ଯାଏଁ କୌଣସି ବି ଟେଲିକମ୍ କମ୍ପାନୀ ଏଭଳି ଅଫର୍ ଦେଇନାହାଁନ୍ତି । ଅନ୍ୟ କମ୍ପାନୀର ସିମ୍ କାର୍ଡରେ ଆପଣ ଯଦି ନୂଆ ଭାଉଚର୍ ରିଚାର୍ଜ କରୁଥିଲେ ତେବେ ପ୍ରଥମ ଅଫର୍ ଶେଷ ହୋଇଯାଉଥିଲା । କିନ୍ତୁ ଜିଓର ଏହି ନୂଆ ଅଫରରେ ଏପରି ହେବ ନାହିଁ । ତେବେ କମ୍ପାନୀର ଏହି ଯୋଜନା ବିଷୟରେ ଏଯାଏଁ କୌଣସି ବିଦ୍ଧିବଧ ଘୋଷଣା କରାଯାଇନାହିଁ ।

ଏହା ସହ ପଢନ୍ତୁ ମାତ୍ର ୫ମିନିଟରେ ହେବ ଚାର୍ଜ ! ବଜାରକୁ ଆସୁଛି ନୂଆ ସ୍ମାର୍ଟଫୋନ୍