ଜିଓ ଲଂଚ କଲା ଦେଶର ସବୁଠାରୁ ଶସ୍ତା ପ୍ଲାନ । ୪୯ ଟଙ୍କାରେ ମାସେ ପର୍ଯ୍ୟନ୍ତ ମାଗଣା କଲ ସହ ଅନଲିମିଟେଡ ଡାଟା   

42

ଟେଲିକମ ବଜାରରେ ପୁଣିଥରେ ଝଡ ସୃଷ୍ଟି କରିଛି  ରିଲାଏନ୍ସ କମ୍ପାନୀ । ତାର ପ୍ରତିଦ୍ୱନ୍ଦୀଙ୍କୁ  ଚ୍ୟାଲେଂଜ ଦେବା ପାଇଁ  ୪ଜି ପ୍ଲାନରେ ସବୁଠାରୁ ଶସ୍ତା ଅଫର ଆଣିଛି । ଏହା ଦେଶର ସବୁଠାରୁ ଶସ୍ତା ଅଫର । ଏହି ପ୍ଲାନର ମାତ୍ର ୪୯ ଟଙ୍କା ଦେଇ ଆପଣ ନେଇ ପାରିବେ ।ଏଥିରେ ଆପଣ ୪୯ ଟଙ୍କା ରିଜାର୍ଜ  କରି  ମାସେ ପର୍ଯ୍ୟନ୍ତ  ଅନଲିମିଟେଡ ଡାଟା  ସହ ଅସୀମିତ କଲ  ଓ ମାଗଣା ରୋମିଂ ସୁବିଧା ପାଇପାରିବେ । ଏହି  ଫାଇଦା କେବଳ ଜିଓ ଫୋନ ୟୁକର୍ସ ନେଇପାରିବେ ।

ଏଥିରେ ୨୮ ଦିନ ପର୍ଯ୍ୟନ୍ତ ୧ଜିବି ୪ଜି ଡାଟା ମିଳିବ ।  ଏହି ଡାଟା ସରିବା ପରେ ବି ଇଂଟରନେଟ ସେବା ସରିବ ନାହିଁ । ଇଂରନେଟ ସ୍ପିଡ ବି  କମିବ ନାହିଁ । ତା ସହ ଫ୍ରି ଏସଏମଏସ, ସମସ୍ତ ନେଟୱାର୍କକୁ  ମାଗଣା ଅସିମୀତ କଲ  ଓ ମାଗଣା ରୋମିଂ କଲ ସୁବିଧା ପାଇପାରିବେ । ତାସହ ମାଗଣାରେ ଜିଓ ଆପ  ବି ବ୍ୟବହାର କରିପାରିବେ ।

ଜିଓ ଫୋନ ୟୁଜର୍ସଙ୍କ ପାଇଁ କମ୍ପାନୀ ୧୫୩ଟଙ୍କା  ଡାଟା ପ୍ଲାନ ମଧ୍ୟ ଆଣିଛି ।  ଏଥିରେ ପ୍ରତିଦିନ ୧ଜିବି ଡାଟା ସହ ଏସଏମଏସ, ସମସ୍ତ ନେଟୱାର୍କକୁ  ମାଗଣା ଅସିମୀତ କଲ  ଓ ମାଗଣା ରୋମିଂ କଲ ସୁବିଧା ପାଇପାରିବେ । ତାସହ ମାଗଣାରେ ଜିଓ ଆପ  ବି ବ୍ୟବହାର କରିପାରିବେ ।

ଜିଓ ରିପବ୍ଲିକ  ଅଫର ଭଳି ଏହି ଅଫର ମଧ୍ୟ ଆଜିଠାରୁ ଲାଗୁ ହେବ ।   ଦେଶର ଟେଲିକମ ବଜାରରେ ଏହା ସବୁଠାରୁ  ଶସ୍ତା ପ୍ଲ୍ାନ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।