ଜିଓ ଆଣିଲା ସାଧାରଣତନ୍ତ୍ର ଦିବସ ଅଫର ! ଟେଲିକମ୍ ଦୁନିଆରେ ପୁଣି ସୃଷ୍ଟି ହେବ ଝଡ଼ 

102

ରିଲାଏନ୍ସ ଜିଓ ଟେଲିକମ ଦୁନିଆରେ ଆଉ ଏକ ନୂଆ ଧମାକା ସୃଷ୍ଟି କରିବ । ସାଧାରଣତନ୍ତ୍ର ଦିବସର ଅଫର ବିଷୟରେ ସୂଚନା ଦେଇ ସେ ନୂଆ ଧମାକାର ଆଭାଷ ଦେଇଛି । ସାଧାରଣତନ୍ତ୍ର ଦିବସ ଯୋଜନା ପୂର୍ବରୁ ଲଂଚ ହୋଇଥିବା ଯୋଜନା ଗୁଡ଼ିକରୁ ୫୦ ଟଙ୍କା କମ୍ ମୂଲ୍ୟର ରହିବ ବୋଲି ଜିଓ ତରଫରୁ ପ୍ରକାଶ କରାଯାଇଛି । ଟେଲିକମ ଇନ୍ଫୋର ସୂଚନା ମୁତାବକ, ଜିଓର ନୂଆ ଯୋଜନା ୯୮ ଟଙ୍କାରୁ ଆରମ୍ଭ କରି ୪୯୮ ପର୍ଯ୍ୟନ୍ତ ରହିବ । ଆଉ ସବୁଠାରୁ ବଡ଼ କଥା ହେଲା ଜିଓ ସବୁ ଯୋଜନାର ମୂଲ୍ୟ ୫୦ ଟଙ୍କା କମ୍ କରିଦେଇଛି । ଆସନ୍ତୁ ଜିଓର ୯୮ ଟଙ୍କିଆ ଯୋଜନା ବିଷୟରେ ଆଲେଚନା କରିବା । ଏଥିରେ ଅସୀମତ ଭଏସ୍ କଲ୍ ସହ ୨ ଜିବି ହାଇ ସ୍ପିଡ଼୍ ଡାଟା ମିଳିବ । ଏହାର ବୈଧତା  ୨୮ ଦିନ ରହିବ । ପୂର୍ବରୁ ଏହି ଯୋଜନାର ବୈଧତା ଥିଲା ୧୪ ଦିନ ।

ପୂର୍ବରୁ ଜିଓ ଲଂଚ କରିଥିବା ଯୋଜନା ପ୍ରତିଦିନ ୧.୫ଜିବି ଡାଟାରୁ ୫୦ ଟଙ୍କା ହ୍ରାସ କରିଛି ଜିଓ । ଏବେ ଏହା ୧୪୯ ଟଙ୍କାରୁ ଆରମ୍ଭ ହେଉଛି । ୧୪୯ ଟଙ୍କାର ଯୋଜନାର ବୈଧତା ରହିଛି ୨୮ ଦିନ । ୩୪୯ ଟଙ୍କାର ଯୋଜନାର ବୈଧତା ୭୦ ଦିନ ଓ ୩୯୯ ଟଙ୍କାର ଯୋଜନାର ବୈଧତା ୮୪ ଦିନ ହୋଇଯାଇଛି । ଅନ୍ୟପଟେ ୪୪୯ ଟଙ୍କିଆ ଯୋଜନାର ବୈଧତା ୯୧ ଦିନ ହୋଇଯାଇଛି । ଏହିପରି ୧୪୯ ଟଙ୍କାରେ ୪୨ ଜିବି ଡାଟା, ୩୪୯ ଟଙ୍କାରେ ୧୦୫ ଜିବି ଡାଟା, ୩୯୯ ଟଙ୍କାରେ ୧୨୬ ଜିବି ଡାଟା ଓ ୪୪୯ ଟଙ୍କାରେ ୧୩୬ ଜିବି ଡାଟା ଗ୍ରାହକଙ୍କୁ ମିଳିବ । ଏଥିରେ କଲିଂ ଓ ଏସଏମଏସର ଲାଭ ପୂର୍ବ ପରି ଉପଲବ୍ଧ ହେବ  ।

ପୂର୍ବରୁ ଜିଓର ଥିଲା ୨ ଜିବିର ଡାଟା ଯୋଜନା । କିନ୍ତୁ ଏବେ ଜିଓ ପ୍ରତିଦିନ ୨ ଜବି ଡାଟାର ୪ ଟି ଯୋଜନା ଉପଲବ୍ଧ କରୁଛି । ତେବେ ଜିଓ ଏଥିରେ କିଛି ବିଶେଷ ଗରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିନି । କେବଳ ୧.୫ ଜିବି ଡାଟା ଯୋଜନାକୁ ୨ ଜିବି ଡାଟା କରିଦେଇଛି । ଏବେ ୧୯୮ ଟଙ୍କିଆ ଯୋଜନାରେ ୨୮ ଦିନ  ପାଇଁ ପ୍ରତିଦିନ ୨ ଜିବି ଡାଟା ମିଳିବ । ଏହାର ଅର୍ଥ ଗ୍ରାହକଙ୍କୁ ଏହି ଯୋଜନାରେ ପାଖାପାଖି ୫୬ ଜିବି ଡାଟା ପ୍ରଦାନ କରାଯିବ ।  ଏହି ପ୍ରକାରେ ୩୯୮ ଟଙ୍କାର ଯୋଜନାରେ ଏବେ ୭୦ ଦିନ ପାଇଁ ୧୪୦ ଜିବି ଡାଟା, ୪୪୮ ଟଙ୍କିଆ ଯୋଜନାରେ ୮୪ ଦିନ ପାଇଁ ୧୬୮ ଜିବି ଡାଟା ଓ ୪୯୮ ଯୋଜନାରେ ୨ ଜିବି ଡାଟା  ହିସାବରେ ପ୍ରତିଦିନ ଗ୍ରାହକଙ୍କୁ ୯୧ ଦିନ ପାଇଁ ୧୮୨ ଜବି ଡାଟା ମିଳିବ । ଏହି ସବୁ ଯୋଜନା ୨୬ ଜାନୁୟା ରୀରୁ ଆରମ୍ଭ ହେବ ।