ଜିଓର ନୂଆ ଧମାକା ! ‘ଜିଓ ଫାଇବର ପ୍ରିଭ୍ୟୁ’ ଅଫରରେ ୩ ମାସ ପର୍ଯ୍ୟନ୍ତ ୧୦୦ ଜିବି ଡାଟା ମାଗଣା

30

ରିଲାଏନ୍ସ ଜିଓ ପୁଣିଥରେ ଧମାକା କରିବା ପାଇଁ ପ୍ରସ୍ତୁତ । ଏମିତିରେ ଏହି ଧମାଲ ବଷୟେରେ ପ୍ରଥମରୁ ହିଁ ଖବର ଥିଲା କି ଜିଓ ବ୍ରଡବ୍ୟାଣ୍ଡ ସର୍ଭିସ ଆରମ୍ଭ କରିବା ପାଇଁ ଯାଉଛି ଏବଂ ଏହାର ପରୀକ୍ଷା ମଧ୍ୟ ହେଉଛି । ଏବେ ରିପୋର୍ଟ ଅନୁସାରେ ଦାବି ହେଉଛି କି ଜିଓ ସିମ୍ ପରି ଜିଓର ବ୍ରଡବ୍ୟାଣ୍ଡ ସେବା ପ୍ରିଭ୍ୟୁ ଅଫର ସହ ଲଞ୍ଚ ହେବ । ଏହାଦ୍ୱାରା ଶସ୍ତାରେ ଗ୍ରାହକ ୪ ଜି ବେଗରେ ୱାଇଫାଇର ସୁବିଧା ଉଠାଇ ପାରିବେ ।

ରିପୋର୍ଟ ଅନୁସାରେ ଜିଓ ଫାଇବର ବ୍ରଡବ୍ୟାଣ୍ଡ ସେବା ପ୍ରିଭ୍ୟୁ ଅଫର ସହ ଲଞ୍ଚ ହେବ । ଏହି ପ୍ରିଭ୍ୟୁ ଅଫର ଅନୁସାରେ ଗ୍ରାହକଙ୍କୁ ୩ ମାସ ପର୍ଯ୍ୟନ୍ତ ୧୦୦ ଜିବି ୪ଜି ଇଣ୍ଟରନେଟ ମଳିବ ସ ଏହାର ବେଗ ୧୦୦ ଏମବିପଏସ ରହିବ । ଏହାର ଅର୍ଥ ୧ ଜିବିର ସିନେମା ୧୦ ମିନିଟରେ ଡାଉନଲୋଡ ହୋଇଯିବ । ଅନ୍ୟଅର୍ଥରେ କହିବାକୁ ଗଲେ ଆପଣ ପୁଣିଥିରେ ଅସୀମିତ ଇଣ୍ଟରନେଟର ଲାଭ ଉଠାଇ ପାରିବେ ।

ଏହି ସେବା ପୁରା ପୁରି ମାଗଣା ନୁହଁ । ଏଥିପାଇଁ କିଛି ରାଶି ଆପଙ୍କୁ ପଇଠ କରିବାକୁ ପଡିବ, କିନ୍ତୁ ୯୦ ଦିନ ପର୍ଯ୍ୟନ୍ତ ଏହି ସେବା ମାଗଣା ରହିବ । ଏହାସହ ବ୍ରଡବ୍ୟାଣ୍ଡ କନେକ୍ସନ ନେବା ପରେ ଇନଷ୍ଟୋଲେସନ ଚାର୍ଜ ରୂପରେ ଗ୍ରାହକଙ୍କୁ ୪,୫୦୦ ଟଙ୍କା ଦେବେ ଯାହା କନେକ୍ସନ କାଟିବା ପରେ ଫେରସ୍ତ କରାଯିବ ।

                                                   ସୌଜନ୍ୟ-ଅମର ଉଜାଲା