ରିଲାଏନ୍ସ ଜିଓ ଆଣିଲା ଖୁସି ଖବର ! ପ୍ରାଇମ୍ ମେମ୍ବରସିପ୍ ପାଇଁ ଗ୍ରାହକଙ୍କୁ ଦେଲା ଆଉ ୧୫ ଦିନର ସମୟ

77

ପୁଣି ଖୁସି ଖବର ଆଣିଛି ରିଲାଏନ୍ସ ଜିଓ । ଜିଓ ପ୍ରାଇମ୍ ମେମ୍ବରସିପ୍ ପାଇଁ ଆଉ ୧୫ ଦିନ ବୃଦ୍ଧି କରାଯାଇଛି । ମାର୍ଚ୍ଚ ୩୧ରୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ସମୟସୀମା । ଫଳରେ ଯେଉଁମାନେ ଜିଓ ପ୍ରାଇମ୍ ମେମ୍ବରସିପ୍ ନେଇନାହାନ୍ତି ସେମାନଙ୍କ ପାଇଁ ଆହୁରି ୧୫ ଦିନ ସମୟ ମିଳିଛି । ଖାଲି ସେତିକି ନୁହେଁ ଜିଓ ଏହାର ପ୍ରାଇମ୍ ମେମ୍ବରଙ୍କ ପାଇଁ ଆଣିଛି ସମର ସରପ୍ରାଇଜ୍ ।

ଏହା ଦ୍ୱାରା ଜିଓ ଗ୍ରାହକମାନଙ୍କୁ ୩ ମାସ ପର୍ଯ୍ୟନ୍ତ ମାଗଣା ସେବା ମିଳି ପାରିବ ବୋଲି କୁହାଯାଇଛି । ମାତ୍ର ଗୋଟିଏ ମାସ ମଧ୍ୟରେ ୭ କୋଟି ୨୦ ଲକ୍ଷ ଗ୍ରାହକ ଜିଓ ପ୍ରାଇମର ସଦସ୍ୟ ହୋଇସାରିଥିବା କଂପାନୀ ପକ୍ଷରୁ ସୂଚନା ମିଳିଛି । ତେଣୁ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପ୍ରାଇମ୍ ମେମ୍ବରସିପ୍ ଅଫରର ସମୟସୀମା ବୃଦ୍ଧି କରାଯାଇଥିବା ସୂଚନା ମିଳିଛି ।