ଜିଓର ଜବରଦସ୍ତ ଧମାକା : ବଢ଼ିଲା ୧୦୦% କ୍ୟାସବ୍ୟାକ ଅଫର ତାରିଖ

29

ରିଲାଏନ୍ସ ଜିଓ ଟେଲିକମ୍ ସେକ୍ଟର ଭାରତର ବଡ ଟେଲିକମ୍ କମ୍ପାନୀ ରୂପରେ ନିଜର ସ୍ଥାନ ବିସ୍ତାର କରିସାରିଲାଣି । ଜିଓର ନେଟୱାର୍କ ଯେତେ ଲୋକପ୍ରିୟ ଜିଓଫୋନ ମଧ୍ୟ ଲୋକଙ୍କର ସେତେ ନିକଟତର ହେବାକୁ ଲାଗିଛି । ବର୍ତ୍ତମାନ ଜିଓ ମୁଖ୍ୟ ମୁକେଶ ଅମ୍ବାନୀ କହିଛନ୍ତି ଯେ ପ୍ରତିଦିନ ଭାରତରେ ପ୍ରାୟ ୩ ରୁ ୫ ଲକ୍ଷ ଲୋକ ଜିଓଫୋନକୁ ଆପଣାଉଛନ୍ତି । ଏପରିସ୍ଥଳେ ଜିଓ ପ୍ରତିଦିନ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ନୂଆ ନୂଆ ଅଫର ପ୍ରଦାନ କରୁଛି । ସୂଚନା ଅନୁସାରେ ରିଲାଏନ୍ସ ମୋର ଜିଓ ୧୦୦% କ୍ୟାସବ୍ୟାକ ଅଫରର ବୈଧତା ବଢ଼ିଲା । ଏହା ପୂର୍ବରୁ ଏହି ଅଫରର ଅନ୍ତିମ ତାରିଖ ୧୫ ମାର୍ଚ୍ଚ ଥିଲା । ବର୍ତ୍ତମାନ ଏହି ଅଫରର ଅନ୍ତିମ ତାରିଖ ୩୧ ମାର୍ଚ୍ଚ କରି ଦିଆଯାଇଛି । ଏହି ଅଫର ଅନ୍ତର୍ଗତ ବ୍ୟବହାରକାରୀଙ୍କୁ ୭୦୦ ଟଙ୍କାର କ୍ୟାସବ୍ୟାକ ଫାଇଦା ପ୍ରଦାନ କରାଯାଉଛି ।

 

ଏହି କ୍ୟାସବ୍ୟାକ ଅଫର ଅନ୍ତର୍ଗତ ରିଲାଏନ୍ସ ଜିଓ ଗ୍ରାହକଙ୍କୁ ୩୯୮ କିମ୍ବା ତାଠାରୁ ଅଧିକ ରିଚାର୍ଜ କରିବା ପରେ ୪୦୦ ଟଙ୍କା ଭାଉଚର ଦିଆଯାଉଛି । ଏହାବ୍ୟତୀତ ୩୦୦ ଟଙ୍କାର କ୍ୟାସବ୍ୟାକ ୱଲେଟରେ ଦିଆଯାଉଛି । ରିଚାର୍ଜ କରିବା ପରେ ପ୍ରତି ଭାଉଚରର ଦାମ୍ ୫୦ ଟଙ୍କା ରହିଅଛି । ଏହିପରି ଗ୍ରାହକଙ୍କୁ ପ୍ରାୟ ୮ଟି ଭାଉଚର ମିଳୁଛି । ଏହି ଭାଉଚରର ବ୍ୟବହାର ପୁନଃ ରିଚାର୍ଜ କରିବା ସମୟରେ ଗ୍ରାହକ କରିପାରିବେ ।

ଏହି ଅଫରରେ ମୋବିକ୍ୱିକ, ପେଟିଏମ,ଆମାଜନ୍ ପେ,ଫ୍ରିଚାର୍ଜ ଏବଂ ଫୋନ ପେ ଭଳି ୱଲେଟରେ ମିଳିବ କ୍ୟାସବ୍ୟାକ । ଏହି ସବୁ ୱଲେଟ ମଧ୍ୟରୁ ମୋବିକ୍ୱିକରେ ସର୍ବାଧିକ ୩୦୦ କ୍ୟାସବ୍ୟାକ ମିଳୁଥିବାବେଳେ ପେଟିଏମରେ ୫୦ ଟଙ୍କା କ୍ୟାସବ୍ୟାକ ମିଳୁଛି ।