ଶେଷ ହେଲା ଜିଓର ଧନ୍ ଧନା ଧନ୍ ଅଫର ! ଏବେ ଆଗକୁ କ’ଣ ରହିଛି ଯୋଜନା

52

ରିଲାଏନ୍ସ ଜିଓର ‘ସମର ସରପ୍ରାଇଜ୍ ଅଫର’ କିମ୍ବା ‘ଧନ୍ ଧନା ଧନ୍’ ଅଫର ୩୦ ଜୁନରେ ଶେଷ ହୋଇଯାଇଛି । ଏବେ ପର୍ଯ୍ୟନ୍ତ ଜିଓର ପ୍ରାଇମ ମେମ୍ବରଙ୍କୁ ସମର ସରପ୍ରାଇଜ ଅଫର ଅନୁସାରେ ମାଗଣା ସେବା ମିଳୁଥିଲା । ଜିଓ ପ୍ରାଇମ ମମ୍ବେରଙ୍କୁ ଏବେ ୩୦୩ ଟଙ୍କାରେ କିମ୍ବା ଏଥିରୁ ଅଧିକ ରିଚାର୍ଜ କରିବା ପରେ ‘ସମର ସରପ୍ରାଇଜ ଅଫର’ ଅନୁସାରେ ମାସକୁ ୨୮ ଜିବି ଡ଼ାଟା, ଅସୀମିତ କଲିଂ ଓ ମେସେଜ ସୁବିଧା ମିଳୁଥିଲା ।

ତେବେ ଆସନ୍ତୁ ଜାଣିବା ୩୦ ଜୁନରେ ‘ଧନ୍ ଧନା ଧନ୍’ ଅଫର ଶେଷ ହେବା ପରେ ଏବେ ଆପଣଙ୍କୁ କ’ଣ କ’ଣ ସୁବିଧା ମିଳିବ । ସର୍ବପ୍ରଥମେ ଆପଣ ଜାଣିରଖନ୍ତୁ ଯଦି ଆପଣ ସମର ସରପ୍ରାଇଜ କିମ୍ବା ‘ଧନ୍ ଧନା ଧନ୍’ ଅଫର ଯୋଜନା ନେଇଛନ୍ତି ତେବେ ଆପଣଙ୍କ ମାଗଣା ସେବା ୩୦ ଜୁନ ପରେ ଶେଷ ହୋଇଯାଇଛି । ଏବେ ଆପଣ ୩୦୩ କିମ୍ବା ଏଥିରୁ ଅଧିକ ରିଚାର୍ଚ କରାଇଥିଲେ ସେହି ଅନୁସାରେ ଆପଣଙ୍କୁ ସେବା ମିଳିବ । ଏହାର ଅର୍ଥ ଆପଣଙ୍କ ଜିଓର ସୁବିଧା ଉପଭୋଗ କରିବା ପାଇଁ ଆଗରୁୁ ରିଚାର୍ଜ କରାଇବାକୁ ପଡ଼ିବ ।

ଆଗକୁ ଜାଣନ୍ତୁ ବାଲାନ୍ସ ଚେକ୍ କରିବାର ଉପାୟ । ରିଲାଏନ୍ସ ଜିଓ ଯୋଜନା ଅନୁସାରେ ଚେକ୍ କରିବା ପାଇଁ ଆପଣଙ୍କ ପାଖରେ ବିକଳ୍ପ ଅଛି । ପ୍ରଥମଟି ହେଲା ‘ମାଇ ଜିଓ ଆପ’ ଓ ଦ୍ୱିତୀୟଟି ହେଲା ଜିଓ.କମ । ମାଇ ଜିଓ ଆପକୁ ଓପନ କରି ଲଗ ଇନ୍ କରନ୍ତୁ । ଲଗ୍ ଇନ୍ କରିବା ପରେ ଆପର ଦକ୍ଷିଣ ପାର୍ଶ୍ୱରେ ବାଲାନ୍ସ ଦେଖାଯିବ । ଯଦି ଆପଣ କେବଳ ସମର ସରପ୍ରାଇଜ ଓ ଜିଓ ଧନ ଧନା ଧନ ଅଫରର ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ବାଲାନ୍ସ ଶୂନ୍ୟ ଦେଖାଇବ ।

ନିଜର ବ୍ୟବହାର ହେଉଥିବା ଯୋଜନାର ବୈଧତା ଜାଣିବା ପାଇଁ ଆପରେ ମାଇ ପ୍ଲାନର ଚୟନ କରନ୍ତୁ । ଏହି ସେକ୍ସନରେ ଆପଣଙ୍କ ଯୋଜନାର ବୈଧତା, ବାଲାନ୍ସ, ମେସେଜ ଓ ଡ଼ାଟା ବାଲାନ୍ସ ବିଷୟରେ ଜଣାପଡ଼ିଯିବ ।  ଜିଓ.କମକୁ ଭିଜିଟ୍ କରନ୍ତୁ ଓ ସାଇନ ଇନ୍ କରନ୍ତୁ । ଏବେ ଲଗ ଇନ କରିବା ପାଇଁ ଆପଣଙ୍କ ଜିଓ ନମ୍ବରକୁ ଏକ ଓଟିପି କୋଡ଼ ଆସିବ । ଲଗ ଇନ କରିବା ସହ ଆପଣଙ୍କୁ ନିଜର ବାଲାନ୍ସ ଦେଖାଯିବ ।