ଦେଶର ସବୁଠାରୁ ବଡ଼ ନେଟୱର୍କ ରିଲାଏନ୍ସ ଜିଓର ଡାଟା ଲିକ୍ ! କମ୍ପାନୀ ଆରମ୍ଭ କରିଛି ଯାଂଚ

38

ରିଲାଏନ୍ସ ଜିଓର ୟୁଜର ଡାଟାବେସ୍ ଏକ ୱେବସାଇଟରେ ଲିକ୍ ହୋଇଯାଇଛି । ଏବେ ଉକ୍ତ ୱେବସାଇଟ୍ ଅଫଲାଇନ୍ ରହିଛି । ସୂଚନା ଅନୁସାରେ ଉକ୍ତ ୱେବସାଇଟରେ ରିଲାଏନ୍ସ ଜିଓର ନମ୍ବର ଦେଲା ମାତ୍ରେ ୟୁଜରଙ୍କ ସମ୍ପୂର୍ଣ୍ଣ ଠିକଣା ଓ ବିବରଣୀ ସାମ୍ନାକୁ ଆସିବାରେ ଲାଗିଲା । ରିଲାଏନ୍ସ ଜିଓରେ ୧୦୦ ମିଲିଅନରୁ ଅଧିକ ୟୁଜର ଅଛନ୍ତି ଓ ଡାଟା ଲିକ୍ ପରେ କୋଟି କୋଟି ଗ୍ରାହକଙ୍କ ମନରେ ଭୟ ଲାଗି ରହିଛି ।

ମ୍ୟାଜିକାପିକେ ନାମକ ଏକ ୱେବସାଇଟରେ ଜିଓର କଷ୍ଟମର ଡାଟା ଲିକ୍ ହୋଇଛି । ଏହି ୱେବସାଇଟରେ କ୍ଲିକ କରିବା ପରେ ଏହା ଉପରେ ଏକ ଅପ୍ସନ ଦିଆଗଲା, ଯେଉଁଠି ଜିଓ ନମ୍ବର ଦେବା ପାଇଁ କୁହାଗଲା । ଜିଓ ନମ୍ବର ପ୍ରବେଶ କରାଇବା ପରେ ଏହି ନମ୍ବର ସହ ଯୋଡ଼ି ହୋଇଥିବା ଗ୍ରାହକଙ୍କ ସବିଶେଷ ସୂଚନା ସାମ୍ନାକୁ ଆସିଗଲା ।

ଲିକ୍ ହୋଇଥିବା ସୂଚନାରେ ଗ୍ରାହକଙ୍କ ପୁରା ନାମ, ମୋବାଇଲ ନମ୍ବର, ଇମେଇ ଆଇଡି, ସର୍କଲ ଆଇଡ଼ି, ସିମ ଆକ୍ଟିଭେସନ ଟାଇମ ସହ ଆଧାର ସଂଖ୍ୟା ସାମିଲ ରହିଛି । ଏହି ୱେବସାଇଟ୍ ଭାରତରି ହିଁ ଅଟେ ଏବଂ ରିଲାଏନ୍ସ ଜିଓ ନିଜର କଷ୍ଟମର ଡାଟାବେସ ପାଇଁ ଏହାର ବ୍ୟବହାର କରୁଥିଲା କି ନାହିଁ ସେନେଇ କିଛି ସ୍ପଷ୍ଟ ସୂଚନା ମଳିନାହିଁ ।
ଏମିତ ଅନେକ ସମୟ ଧରି ଚାଲିଥିଲା, ପରେ ୱେବସାଇଟକୁ ସସପେଣ୍ଡ କରିଦିଆଗଲା । ଏପରି ହେବ ପରେ ରିଲାଏନ୍ସ ଜିଓ ତରଫରୁ ବୟାନ ଆସିଛି ଉକ୍ତ ୱେବସାଇଟର କୌଣସି ପ୍ରମାଣ ନାହିଁ । ଆମେ ଏହି ୱେବସାଇଟ ବିଷୟରେ ଅଭିଯୋଗ କରିସାରିଛୁ । ସବିଶେଷ ବିବରଣୀ ଆସିବା ପରେ ଆମେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।

ଜିଓର ପ୍ରବକ୍ତା କହିଛନ୍ତି, ଏହି ୱେବସାଇଟର ଦାବି ପରେ ଆମେ ଯାଞ୍ଚ ଆରମ୍ଭ କରିଛୁ । ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି ଏହି ଡାଟା ସଠିକ ନୁହଁ । ଆମେ ଗ୍ରାହକଙ୍କୁ ଭରସା ଦେଉଛୁ କି ତାଙ୍କର ଡାଟା ସୁରକ୍ଷିତ ଅଛି । କମ୍ପାନୀ ତରଫରୁ କୁଯାଉଛି ଡାଟା କେବଳ ସେହି ମାନଙ୍କ ସହ ଶେୟାର କରାଯାଏ ଯେଉଁ ମାନେଙ୍କ ତା’ ଉପରେ ଅଧିକାର ରହିଛି । ତେବେ ଗ୍ରାହକ ଏନେଇ ଚିନ୍ତା କରନ୍ତୁ ନାହିଁ ବୋଲି କମ୍ପାନୀ ତରଫରୁ କୁହାଯାଇଛି ।