ରିଲାଏନ୍ସ ଜିଓ ଦେବ ୧୧୦୦ ଜିବି ର ମାଗଣା ଡାଟା ! ଜାଣନ୍ତୁ କିପରି ପାଇବେ ଏହି ସୁବିଧା ।

35

ଟେଲିକମ ଦୁନିଆରେ ହଇଚଇ ମଚାଇଥିବା ରିଲିଆନ୍ସ ଜିଓ ପୁଣି ଆଣିବାକୁ ଯାଉଛି ବମ୍ପର ଅଫର । ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏହା ସତ । କାରଣ ଟେଲିକମ ବାଦ ଏବେ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ବିଶେଷ ପ୍ଲାନ ଲଞ୍ଚ କରିବାକୁ ଯାଉଛି । ଟେଲିକମ ଜଗତରେ ଅଗ୍ରଗତି ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି । ତେଣୁ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ସ୍ଥିତି ମଜବୁତ କରିବା ଲାଗି ଏହି ପଦକ୍ଷେପ ସହାୟକ ହେବ ବୋଲି ଆଶା କରାଯାଉଛି । ଦେଶର କିଛି ବଛା ବଛା ରାଜ୍ୟକୁ ଜିଓ ଏହି ସୁବିଧା ଉପଲବ୍ଧ କରିବାକୁ ଉଦ୍ୟମ କରିଛି । ଏହାର ଉପଭୋକ୍ତା ମାନେ ଏଫ-ଟି-ଟି-ଏଚ ( ଫାଇବର–ଟୁ -ଦି- ହୋମ ) ବ୍ରଡବ୍ୟାଣ୍ଡ କନେକସନ ଜରିଆରେ ଏହାର ଲାଭ ଉଠାଇପାରିବେ । ଏହି ପ୍ଲାନର ସ୍ପିଡ ୧୦୦ଏମବିପିଏସ ରହିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

କେମିତି ମିଳିବ ଏହି ସେବା:

ରିଲିଆନ୍ସ ଜିଓ ପ୍ରାରମ୍ଭିକ ପର୍ଯ୍ୟାୟରେ ଏଫ-ଟି-ଟି-ଏଚ ପ୍ଲାନ ଜରିଆରେ ୧୦୦ଏମବିପିଏସ ସ୍ପିଡରେ ୧୦୦ ଜିବି ଡାଟା ଦେବ । ଏହାପରେ ଏକ ମାସରେ ୪୦ ଜିବି ଲେଖାଏଁ ୨୫ଥର ଡାଟା ମାଗଣା ରିଚାର୍ଜର ସୁବିଧା ଉପଭୋକ୍ତା ପାଇପାରିବେ । ଯାହାକି ମାସ ଶେଷରେ ୧୧୦୦ ଜିବି ଡାଟାର ଆନନ୍ଦ ଉଠାଇ ପାରିବେ ଉପଭୋକ୍ତା ।

ସୂଚନା ମୁତାବକ ଜିଓ ଫାଇବର ନେଟର ସୁବିଧା ପାଇବାକୁ ହେଲେ ଆପଣଙ୍କୁ ୪୫୦୦ ଟଙ୍କା ପୈଠ କରିବାକୁ ପଡିବ । ଏହାପରେ କମ୍ପାନୀ ରାଉଟର ଇନଷ୍ଟଲ କରିଦେବା ସହିତ ଆପଣଙ୍କ ଘରେ ଆଇ-ପି-ଟି-ଭି ଜରିଆରେ ସେବାର ପ୍ରୟୋଗ କରି ସେଟ-ଟପ-ବକ୍ସ ଲଗାଇ ସେବା ଆରମ୍ଭ କରିଦେବେ ।

ପୂର୍ବରୁ ଏୟାରଟେଲ୍ ମଧ୍ୟ ବ୍ରଡବ୍ୟାଣ୍ଡ ଉପଭୋକ୍ତାଙ୍କୁ ୧୦୦୦ଜିବି ଡାଟା ସେବା ଦେଉଛି ।
ଏୟାରଟେଲ ବିଗ-ବାଇଟ- ଅଫର ଜରିଆରେ ଏହି ପ୍ଲାନର ଅବଧିକୁ ୨୦୧୮ ଅକ୍ଟୋବର ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛି । ୨୦୧୭ ମେ ମାସରେ ଏହି ବ୍ରଡ ବ୍ୟାଣ୍ଡ ପ୍ଲାନର ସୁବିଧା ଆରମ୍ଭ କରିଥିଲା ଏୟାରଟେଲ ।