ବଜାରକୁ ଖୁବ ଶୀଘ୍ର ଆସୁଛି ଜିଓର ୯୯୯ ଟଙ୍କିଆ ୪ଜି ଫୋନ ! ଜାଣନ୍ତୁ ଏହାର ସ୍ୱତନ୍ତ୍ରତା

65

ରିଲାଏନ୍ସ ଜିଓର ଶସ୍ତା ସ୍ମାର୍ଟଫୋନକୁ ନେଇ ପୁଣି ଥରେ ଭାରତୀୟ ମୋବାଇଲ ବଜାର ଗରମ ଅଛି । ଜିଓର ଶସ୍ତା ୪ଜି ଫୋନ ଖୁବ ଶୀଘ୍ର ବଜାରରେ ଲଞ୍ଚ ହେବାକୁ ଯାଉଛି । ରିଲାଏନ୍ସ ଜିଓ ପାଇଁ ଫୋନ ତିଆରି କରୁଥିବା କମ୍ପାନୀ ଏଲୱାଇଏଫ ଏବେ ୪ ଜି ଫୋନ ଲଞ୍ଚ କରିବା ପାଇଁ ଯାଉଛି । ଆସନ୍ତୁ ଜାଣିବା ଏହି ଫୋନରେ କ’ଣ ରହିଛି ସ୍ୱତନ୍ତ୍ରତା ଓ ଏହାର ମୂଲ୍ୟ ସମ୍ପର୍କିତ କିଛି ଗରୁତ୍ୱପୂର୍ଣ୍ଣ ତଥ୍ୟ ।

ଜିଓର ୯୯ ଟଙ୍କିଆ ୪ଜି ଫୋନର ସ୍ୱତନ୍ତ୍ରତା
ଜିଓର ଏହି ଫୋନକୁ ନେଇ ଅନେକ ଖବର ଲିକ୍ ହେବା କଥା ଶୁଣିବା ପାଇଁ ମିଳୁଛି । ଏବେ ନୂଆ ଲିକ ରିପୋର୍ଟରେ ଦାବି କରାଯାଇଛି ଜିଓର ଏହି ଫୋନରେ ୪ଜି ସପୋର୍ଟ କରିବ ଏବଂ ଏହାସହ ଜିଓର ଆପ ପୂର୍ବରୁ ଏଥିରେ ଇନଷ୍ଟୋଲ ହୋଇଥିବ । ଏହା ବ୍ୟତିତ ଏହି ଫୋନରେ ମିଡିଆଟେକ କିମ୍ବା ସ୍ପିଡଟ୍ରମ କିମ୍ବା କ୍ୱାଲକମ ପ୍ରସେସର ରହିବ ଓ ୪ ଜିବି ଷ୍ଟୋରେଜ ରହିବ । ଏହାସହ କ୍ୱାଲକମ ପ୍ରୋସେରସର ଥିବା ଫୋନର ମୂଲ୍ୟ ୧୮୦୦ଟଙ୍କା ଓ ସ୍ପିଡଟ୍ରମ ପ୍ରୋସେସର ଥିବା ଫୋନର ମୂଲ୍ୟ ୧୭୪୦ ପର୍ଯ୍ୟନ୍ତ ରହିବ । ଫୋନରେ ୨.୪ ଇଞ୍ଚର ଡିସପ୍ଲେ, ୫୧୨ ଏମବି ରାମ ,୨ ମେଗାପିକ୍ସେଲ ରିୟର ଓ ବିଜିଏ ଫ୍ରଣ୍ଟ କ୍ୟାମେରା, ୱାଇଫାଇ,ଏନଏଫସି ଓ ଜିପିଏସ ଦିଆଯିବ ।

ଜିଓର ଏହି ଫୋନ ସହ ମଳିବ ୱେଲକମ ଅଫର
ଋିପୋର୍ଟ ଅନୁସାରେ ଜିଓର ଏହି ଶସ୍ତା ୪ଜି ଫୋନକୁ କମ୍ପାନୀ ଆରମ୍ଭରେ ୱେଲକମ ଅଫର ସହ ଲଞ୍ଚ କରିବ । ଏହି ଅଫର ଯୋଗୁଁ ଫୋନକୁ ଅଧା ମୂଲ୍ୟରେ ବିକ୍ରି କରାଯିବ । ଏହି ଅନୁସାରେ ଜିଓର ୪ଜି ଫୋନ ଆପଣ ମାତ୍ର ୯୯୯ ଟଙ୍କାରେ କିଣିପାରିବେ ।

                                        ସୌଜନ୍ୟ-ଅମର ଉଜାଲା