୪ଜି ଡାଉନଲୋଡ ବେଗ ମାମଲାରେ ଜିଓ ସବୁଠାରୁ ଆଗରେ ! ପଛରେ ପଡିଲେ ପ୍ରତିଦ୍ୱନ୍ଦୀ କମ୍ପାନୀ ଆଇଡିଆ ଓ ଏୟାରଟେଲ

40

ବ୍ରଡବ୍ୟାଣ୍ଡ ବେଗକୁ ନେଇ ଦେଶର ପ୍ରସିଦ୍ଧ ଟେଲିକମ କମ୍ପାନୀ ମାନଙ୍କ ମଧ୍ୟରେ ଜାରି ରହିଛି ପ୍ରତିଯୋଗୀତା । ଭାରତୀୟ ଦୂରସଞ୍ଚାର ବିନିୟାମକ ପ୍ରାଧୀକରଣ(ଟିଆରଏଆଇ) ଅନୁସାରେ ମାଗଣା ସେବା ଯୋଗାଉଥିବା ଜିଓର ବେଗ ଏବେ ଅନ୍ୟ କମ୍ପାନୀ ଗୁଡିକୁ ଭାରି ପଡୁଛି । ଟିଆରଏଆଇର କହିବା ଅନୁସାରେ ଜିଓର ଡାଟା ବେଗ ଆଇଡିଆ ଓ ଏୟାରଟେଲ ପରି କମ୍ପାନୀଙ୍କ ତୁଳନାରେ ଦୁଇଗୁଣ ରହିଛି ।

ଫେବୃୟାରୀ ମାସରେ ଭାରତୀୟ ଦୂରସଞ୍ଚାର ବିନିୟାମକ ପ୍ରାଧୀକରଣ, ନିଜର ମାସିକ ମୋବାଇଲ ଡାଟା ବ୍ରଡବ୍ୟାଣ୍ଡ ବେଗର ଏକ ରିପୋର୍ଟର କହିଛି ଜିଓ ନେଟୱର୍କର ଡାଉନଲୋଡ ବେଗ ଫେବୃୟାରୀ କମି ୧୬.୪୮ଏମବିପିଏସ ହୋଇଛି ଯାହା ଜାନୁୟାରୀରେ ୧୭.୪୨ଏମବିପିଏସ ରହିଥିଲା ।

ମାର୍ଚ୍ଚ ମାସରେ ଜିଓ, ଡାଉନଲୋଡ ବେଗ ମାମାଲାରେ ସବୁଠାରୁ ଆଗୁଆ ନେଟୱର୍କ ରହିଛି । ଯଦି ଡାଉନଲୋଡ କଥା ଆଲୋଚନା କରିବା ତେବେ ଜିଓ ଜରିଆରେ ଏକ ସିନେମା ପ୍ରାୟ ୫ ମିନିଟରୁ ମଧ୍ୟ କମ ସମୟରେ ଡାଉନଲୋଡ ହୋଇପାରୁଛି । ଡାଉନଲୋଡ ବେଗରେ ପ୍ରତିଯୋଗୀ ଆଇଡିଆ ୮.୩୩ଏମବିପିଏସ ସହ ଦ୍ୱିତୀୟ ସ୍ଥାନରେ ଏଆରଟେଲ ୭.୬୬ଏମବିପିଏସ ରେ ତୃତୀୟ ସ୍ଥାନରେ ରହିଛି ।