ରିଲାଏନ୍ସର ବଡ ଘୋଷଣା : ଲଞ୍ଚ୍ ହେଲା ଜିଓ ଗିଗା ଟିଭି ଓ ବ୍ରଡବ୍ୟାଣ୍ଡ ଜିଓ ଗିଗା ଫାଇଭର୍ ।

117

ରିଲାଏନ୍ସ ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରୀର ୪୧ ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ମୁଖ୍ୟ ମୁକେଶ ଅମ୍ବାନୀ ଉଦଘାଟନ କରିଛନ୍ତି । ଏହି ବୈଠକ ମୁମ୍ବାଇର ବିଡଲା ମାତୋଶ୍ରୀ ସଭାଗାରରେ ଆରମ୍ଭ ହୋଇଯାଇଛି । ଏହି ବୈଠକ ଜିଓର ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ନେଇ ହୋଇଥିବାବେଳେ ମୁକେଶ ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିଲେ ।

 

ଜିଓ ଗିଗା ଫାଇଭରର ଘୋଷଣା :

ମୁକେଶ ଅମ୍ବାନୀ ଏହି ବୈଠକରେ ଜିଓ ଗିଗା ଫାଇଭର ଲଞ୍ଚ୍ କରିଛନ୍ତି । ସେ କହିଛନ୍ତି ଭାରତର ଛୋଟ ବ୍ୟବସାୟରେ ରିଲାଏନ୍ସ ଜିଓ ମୁଖ୍ୟ ଭୂମିକା ନିଭାଉଛି । ଫିକ୍ସ ଲାଇନ୍ ବ୍ରଡବ୍ୟାଣ୍ଡ୍ ବଡ ବ୍ୟବସାୟକୁ ଆଗକୁ ନେବାରେ ମଧ୍ୟ ସହାୟକ ହେଉଛି । ତେବେ ଆପଣଙ୍କୁ ସୁଚାଇ ଦେଉଛୁ ଯେ ଏହା ପୂର୍ବରୁ ମୁକେଶ ଅମ୍ବାନୀ ଜିଓ ଫିଚର ଫୋନର ଘୋଷଣା କରିଥିଲେ । ଏହି ଫୋନକୁ ୧୫୦୦ ଟଙ୍କାର ରିଫଣ୍ଡ ସହିତ ଲଞ୍ଚ୍ କରାଯାଇଥିଲା ।

ତେବେ ଜିଓ ଫୋନରେ ଏହି ପରିବର୍ତ୍ତନ ଆସିବ :

• ଏବେ ଜିଓ ଫୋନରେ ୟୁଟ୍ୟୁବ୍ ,ଫେସବୁକ୍ ଏବଂ ହ୍ୱାଟସଆପ୍ ହେବ ଉପଲବ୍ଧ ।

• କଥା କହି ଆକ୍ସେସ୍ କରିପାରିବେ ୟୁଟ୍ୟୁବ୍ ,ଫେସବୁକ୍ ଏବଂ ହ୍ୱାଟସଆପ୍ ।
ଜିଓ ଫୋନ ମନସୁନ୍ ହଙ୍ଗାମା ଅଫର୍ :

• ଏହି ଅଫରରେ ଆପଣ ଜିଓର ପୁରୁଣା ବଦଳାଇ ନୂଆ ପୋନ୍ ଏକ୍ସଚେଞ୍ଜ୍ କରିପାରିବେ,କିନ୍ତୁ ଏଥିପାଇଁ ଆପଣଙ୍କୁ ୫୦୦ ଟଙ୍କା ଦେବାକୁ ପଡିବ ।

• ଏବେ ଜିଓ ଫୋନର ଇଫେକ୍ଟିଭ୍ ପ୍ରାଇଜ୍ ୧୫୦୦ ଟଙ୍କା ବଦଳରେ ୫୦୦ ଟଙ୍କା ହୋଇଯାଇଛି ।

• ୧୫ ଅଗଷ୍ଟ ପରେ ୨,୯୯୯ ଦାମରେ ବଜାରରେ ଉପଲବ୍ଧ ହେବ ଜିଓ ଫୋନ-୨ ।
ଜିଓ ଫୋନ-୨ ଲଞ୍ଚ୍ ହେବାର ମିଳିଲା ସୁଚନା :

• ଏହି ବୈଠକରେ ଗିଗା ରାଉଟର୍ ଏବଂ ଗିଗା ଫାଇଭର୍ ଲଞ୍ଚ୍ ହେବାର ମିଳିଲା ସୁଚନା ।

• ଜିଓ ଗିଗା ଟି.ଭି. ଲଞ୍ଚ୍ ହେବାର ମଧ୍ୟ ମିଳିଲା ସୁଚନା ।

• ଜିଓ ଟି.ଭିରେ ଭଏସ୍ କମାଣ୍ଡ ମଧ୍ୟ କରିବ କାମ । ରିମୋଟରେ ଦିଆଯିବ ଏଭଳି ଅପସନ୍ ।

• ଖୁବଶୀଘ୍ର ଲଞ୍ଚ୍ ହେବ ଟି.ଭି. କଲିଙ୍ଗ୍ ଯେଉଁଥିରେ ଭିଡିଓ କଲିଙ୍ଗର ସୁବିଧା ମଧ୍ୟ ଉପଲବ୍ଧ ହେବ ।