ବାତ୍ୟା ବିପନ୍ନଙ୍କୁ ଠକିଲା କିଏ ? ଘୋଷଣାରେ ୫୦ କେଜି ହେଲେ ବସ୍ତାରେ ୩୦ କେଜି,ରିଲିଫ ବଂଟନରେ ଦୁର୍ନୀତିର ଗନ୍ଧ

381

କନକ ବ୍ୟୁରୋ : ରିଲିଫ ବଂଟନରେ ଦୁର୍ନିତୀ ଗନ୍ଧ । ବାତ୍ୟା ସହାୟତା ବଂଟନରେ ବ୍ୟାପକ ଦୁର୍ନୀତି କରାଯାଉଥିବା ଅଭିଯୋଗ କରି ହଙ୍ଗାମା କରିଛନ୍ତି ବାତ୍ୟା ବିପନ୍ନ । ଏଭଳି ସାଂଘାତିକ ଅଭିଯୋଗ ଆସିଛି ପୁରୀ ଜିଲ୍ଲା ଅସ୍ତରଙ୍ଗରୁ । ସରକାରଙ୍କ ପକ୍ଷରୁ ୫୦ କିଲୋଗ୍ରାମ ଚାଉଳ ଦିଆଯାଉଥିବା ବେଳେ ଲୋକଙ୍କୁ ମିଳୁଛି ମାତ୍ର ୩୦ରୁ ୪୦ କେଜି । ବାକି ଚାଉଳ କୁଆଡେ ଗଲା, କିଏ ଖାଇଲା ବୋଲି ବିପନ୍ନ ପ୍ରଶ୍ନ କରିଛନ୍ତି ବାତ୍ୟା ବିପନ୍ନ ।

ଫୋନି ଦ୍ୱାରା କ୍ଷତିଗ୍ରସ୍ତ ବିପନ୍ନଙ୍କୁ ୨ ହଜାର ଟଙ୍କା, ୫୦ କିଲୋଗ୍ରାମ ଚାଉଳ ଓ ପଲିଥିନ୍ ବାବଦକୁ ୫ଶହ ଟଙ୍କା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ସରକାରଙ୍କ ଘୋଷଣା ମୁତାବକ କାକଟପୁର ଓ ଅସ୍ତରଙ୍ଗରେ ରିଲଫ ବଂଟା କାମ ଜାରି ରହିଛି । ହେଲେ ଏଥିରେ ଦୁର୍ନୀତିର ଗନ୍ଧା ବାରି ହେଉଛି । ଚାଉଳ ବସ୍ତାରେ ୧୦ରୁ ୨୦ କେଜି କମ୍ ରହୁଥିବା ବାତ୍ୟା ପୀଡିତ ଅଭିଯୋଗ କରିଛନ୍ତି ।