ରିଲିଜ ହେଲା ସିନେମା “ବଦ୍ରୀନାଥ କି ଦୁହ୍ଲନିଆ’ର ଟ୍ରେଲର

39

ବରୁଣ ଧାବନ ଓ ଆଲିଆ ଭଟ୍ଟଙ୍କ ଅଭିନୀତ ସିନେମା “ବଦ୍ରୀନାଥ କି ଦୁହ୍ଲନିଆ’ର ଟ୍ରେଲର ରିଲିଜ ହୋଇଯାଇଛି । ଏଥିରେ ବରୁଣ ଓ ଆଲିଆଙ୍କ ଦମଦାର ଲଭ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଏହି ସିନେମା ଆସନ୍ତା ମାର୍ଚ୍ଚ ୧୦ ତାରିଖରେ ପରଦାକୁ ଆସୁଥିବା ବେଳେ ବରୁଣ ଧାବନ ଏଥିରେ ବଦ୍ରୀନାଥ ଭୂମିକାରେ ଅଭିନୟ କରିଛନ୍ତି । ସେହିପରି ଆଲିଆ ବୈଦେହୀ ଭୂମିକାରେ ନଜର ଆସିବେ ଏହି ସିନେମାରେ । ଏହା ପୂର୍ବରୁ “ବଦ୍ରୀନାଥ କି ଦୁହ୍ଲନିଆ’ର ଟିଜର ଲଂଚ ହୋଇଥିଲା । ଯେଉଁଥିରେ ଆଲିଆଙ୍କୁ ଦେଖିବାକୁ ମିଳିନଥିଲା । ପୂର୍ବରୁ ଏହି ଦୁଇ ଷ୍ଟାର କିଡଙ୍କ ଅଭିନୀତ “ଷ୍ଟୁଡେଂଟ ଅଫ ଦି ଇୟର’“ହମ୍ପଟି ଶର୍ମା କୀ ଦୁହ୍ଲନିଆ’ରେ ଏମାନଙ୍କୁ ଏକାଠି ଦେଖିବାକୁ ମିଳିଥିଲା ।