ମୁକ୍ତିଲାଭ କଲା ଓଡିଆ ଚଳଚ୍ଚିତ୍ର ‘ସୀତାରାମଙ୍କ ବାହାଘର କଳିଯୁଗରେ’ !

138

ମୁକ୍ତିଲାଭ କରିଛି ସବ୍ୟସାଚି ମିଶ୍ର ଓ କନ୍ନଡ ଅଭିନେତ୍ରୀ ମନୀଷା ଅଭିନିତ ଓଡିଆ ଚଳଚ୍ଚିତ୍ର ‘ସୀତାରାମଙ୍କ ବାହାଘର କଳିଯୁଗରେ’ । ଭୁବନେଶ୍ୱର ଶ୍ରୀୟା ହଲ ସହ ରାଜ୍ୟର ବିଭିନ୍ନ ହଲରେ ମୁକ୍ତିଲାଭ କରିଛି ଏହି ଦ୍ୱିଭାଷୀ ଚଳଚ୍ଚିତ୍ର । ସବୁ ବର୍ଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଏହି ଚଳଚିତ୍ରରେ ସବ୍ୟସାଚିଙ୍କ ସହ ବିଜୟ ମହାନ୍ତି, ସୁମନ ତଲୱାର, ପପୁ ପମ୍ ପମ୍, ଜୀବନ ପଣ୍ଡା, ଶକ୍ତି ମିଶ୍ର, ଅନିତା ଦାଶ ପ୍ରମୁଖ ଅଭିନୟ କରିଛନ୍ତି । ରିଲିଜର ପ୍ରଥମ ଦିନରେ ଶ୍ରୀୟା ହଲରେ ସବ୍ୟସାଚି ଓ ମନିଷାଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ ଦେଖା ଯାଇଥିଲା । ଚଳଚ୍ଚିତ୍ରଟି ସବୁବର୍ଗର ଲୋକଙ୍କୁ ଭଲଲାଗିବ ଏବଂ ଦର୍ଶକଙ୍କୁ ବାନ୍ଧି ରଖିବ ବୋଲି ପୂରା ଟିମ୍ ଆଶା ବାନ୍ଧିଛି ।