ମହିଳାଙ୍କୁ ଛାଡ ହୋଇପାରେ ଇନକମ୍ ଟ୍ୟାକ୍ସ ! ମୋଦି ଆଣୁଛନ୍ତି ନୂଆ ନିୟମ
କାର୍ଯ୍ୟରତ ମହିଳାଙ୍କ ପାଇଁ ମୋଦି ସରକାରଙ୍କ ନୂଆ ଉପହାର । ତିନି ବର୍ଷ ପୂର୍ତ୍ତି ଉପଲକ୍ଷେ ମହିଳାମାନଙ୍କ ଇନକମ୍ ଟ୍ୟାକ୍ସ ଛାଡି ପାରନ୍ତି କେନ୍ଦ୍ର ସରକାର । ଏନେଇ ମନ୍ତ୍ରୀ ମାନେ ସୁଷମା ସ୍ୱରାଜଙ୍କ ଅଧ୍ୟକ୍ଷତାରେ ନ୍ୟାସନାଲ୍ ୱିମନ୍ ପଲିସି ନାମକ ଏକ ଡ୍ରାଫ୍ଟ ତିଆରି କରି କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଛନ୍ତି । ଏହି ଡ୍ରାଫ୍ଟରେ କାର୍ଯ୍ୟରତ ମହିଳା ମାନଙ୍କୁ ଇନକମ୍ ଟ୍ୟାକ୍ସ ଛାଡ ଦେବାର ପ୍ରସ୍ତାବ ସାମିଲ୍ ଅଛି । ଏହା ସହ ସରକାରୀ ଚାକିରୀରେ ମହିଳା ମାନଙ୍କୁ ଅଧିକ ସୁଯୋଗ ଦେବାର ପସ୍ତାବ ମଧ୍ୟ ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଅନ୍ୟ ପସ୍ତାବ ଗୁଡିକ ହେଲା :
• ଗର୍ଭବତୀ ମହିଳା ମାନଙ୍କୁ କ୍ୟାସଲେସ୍ ମେଡିକାଲ୍ ସେବା ଦେବା ପାଇଁ ତିଆରି ହେବ ହେଲଥ କାର୍ଡ ।
• ସରକାରୀ ଚାକିରୀରେ ମହିଳାଙ୍କୁ ଅଧିକ ସୁଯୋଗ ଦେବା
• ମହିଳା ଇଣ୍ଡଷ୍ଟ୍ରିଆଲିଷ୍ଟ୍ ମାନଙ୍କୁ ଷ୍ଟାଟଅପ୍ ପାଇଁ ରିହାତି
• କ୍ୟାପିଟାଲ୍ ଇନଭେଷ୍ଟମେଂଟ୍ ସପୋର୍ଟ , ବିଜନେସ୍ ଡେଭଲପମେଂଟ୍ ଫଣ୍ଡସ ଏବଂ କମ୍ ସୁଧରେ ଲୋନ୍ ଦେବା
• ସାନିଟାରି ନ୍ୟାପକିନ ଉପରେ ଟ୍ୟାକ୍ସ ନନେବା
• ମହିଳା ମାନଙ୍କ ଅଧିକରୁ ଅଧିକ ପବ୍ଲିକ୍ ଟୟଲେଟ୍ ନିର୍ମାଣ କରିବା
ତେବେ କ୍ୟାବିନେଟରେ ମଞ୍ଜୁରୀ ମିଳିଲେ ଏହା ଲାଗୁ କରାଯିବ । ଏହା ସହ ମୋଦି ସରକାର ଯୌନ ହିଂସାର ଶିକାର ମହିଳାମାନଙ୍କ ମାଗଣା ଚିକିତ୍ସା ଏବଂ ମାଗଣା ଲିଗାଲ୍ ଆଡଭାଇସ୍ ଦେବା ପାଇଁ ଯୋଜନା କରୁଥିବାର ସୂଚନା ମିଳିଛି ।