ଆଜି ରିହର୍ସଲ୍ କାଲି ପୁରା ସୋ ! ଏସିଆନ୍ ଆଥାଲେଟିକ୍ ମିଟ୍ ପୂର୍ବରୁ ମଇଦାନରେ ଅଭ୍ୟାସ କଲେ ଓଡିଆ ଖେଳାଳି

27

କନକ ବ୍ୟୁରୋ : ଆସନ୍ତାକାଲି ଆରମ୍ଭ ହେବ ୨୨ତମ ଏସିଆନ ଆଥେଲେଟିକ୍ ଚାମ୍ପିଅନସିପ୍ । ଏଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ଉଦ୍ଘାଟନୀ ଉତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେବ । ଏନେଇ ମଧ୍ୟ ପ୍ରସ୍ତୁତି ଶେଷ ହୋଇଛି । ଆଜି ଏହାର ଚୂଡାନ୍ତ ଅଭ୍ୟାସ କରିଛନ୍ତି କଳାକାର । ଏଥିରେ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ଓଡିଶୀ ଫ୍ୟୁଜନ, ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ସହ ଗୀତସଂଗୀତ କାର୍ଯ୍ୟକ୍ରମ ରହିଛି । ପ୍ରାୟ ଅଢେଇ ଘଂଟାକ ଏହି ଉତ୍ସବ ପାଇଁ ଆଜି ସମସ୍ତ ଅଭ୍ୟାସ କରାଯାଇଛି ।

ଏହା ସହ ଆନୁଷ୍ଠାନିକ ଉଦଘାଟନ ପୂର୍ବରୁ ଷ୍ଟାଡିଅମରେ ପୂଜାର୍ଚ୍ଚନା ମଧ୍ୟ କରାଯାଇଛି । ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଏହି ପୂଜାରେ କର୍ତ୍ତା ଭାବେ ପୂଜା କରିଥିବା ଦେଖିବାକୁ ମିଳିଥିଲା । ସେପଟେ ଖେଳାଳିମାନେ ମଧ୍ୟ ସେମାନଙ୍କ ଅଭ୍ୟାସ ଜାରି ରଖିଛନ୍ତି । ଏସିଆନ୍ ଆଥେଲେଟିକ୍ ମିଟରେ ୪୫ଟି ଦେଶର ପ୍ରାୟ ୮୦୦ରୁ ଅଧିକ ଖେଳାଳି ଓ କର୍ମକର୍ତ୍ତା ସାମିଲ୍ ହୋଇଛନ୍ତି । ଏଥିପାଇଁ ସାରା କଳିଙ୍କ ଷ୍ଟାଡିଅମ ସଜେଇ ହୋଇ ରହିଛି ।