ଅଗଷ୍ଟ ୧୪ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଇମରାନ୍ ଖାନ : ସେପଟେ ଦ୍ୱିତୀୟ ପତ୍ନୀ ରେହେମ୍ ଖାନ୍ ଖୋଲିଲେ ପୋଲ୍

51

କନକ ବ୍ୟୁରୋ : ପାକିସ୍ତାନରେ ଇମ୍ରାନ ଖାନ୍ ନୂଆ ପ୍ରଧାନମନ୍ତ୍ରୀ ହେବା ଏକପ୍ରକାର ନିଶ୍ଚିତ । ଏଥିପାଇଁ ତାଙ୍କ ଦଳ ତେହେରିକ-ଏ-ଇନସାଫ ସ୍ଥାନୀୟ ସାଧାରଣ ନିର୍ବାଚନରେ ସବୁଠାରୁ ବଡ ଦଳ ହୋଇଛି । ଅଗଷ୍ଟ ୧୪ ତାରିଖ ଦେଶର ସ୍ୱାଧୀନତା ଦିବସରେ ସେ ଦେଶର ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଇପାରନ୍ତି । କିନ୍ତୁ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଇମ୍ରାନଙ୍କ ଦ୍ୱିତୀୟ ପତ୍ନୀ ରେହମ ଖାନ ଖୋଲିଛନ୍ତି ପୋଲ୍ ।

ସେ କହିଛନ୍ତି ଯେ, ଇମ୍ରାନ ଖାନ ହେଉଛନ୍ତି ପାକ୍ ସେନାର ସଖୀ କଣ୍ଢେଇ । ଇମ୍ରାନଙ୍କ ବିଜୟ ଆଗରୁ ଫିକ୍ସ ଥିଲା । ଏପରିକି ୧୪ ତାରିଖର ଶପଥ ନେବା ପାଇଁ ଆଗରୁ ଡ୍ରେସ ସିଲେଇ କରିବାକୁ ଇମ୍ରାନ ଅର୍ଡର ବି ଦେଇଥିଲେ । ତେବେ ସେନା-ଇମ୍ରାନଙ୍କ ହନିମୁନ ବେଶୀଦିନ ଚାଲିପାରିବ ବୋଲି ନାହିଁ ବୋଲି କହିଛନ୍ତି ରେହମ । ସାମ୍ବାଦିକା ଥିବା ରେହମ୍ ଖାନ ହେଉଛନ୍ତି ଇମ୍ରାନଙ୍କ ଦ୍ୱିତୀୟ ସ୍ତ୍ରୀ । ୨୦୧୪ରେ ଉଭୟଙ୍କ ବିବାହ ହୋଇଥିଲା । କିନ୍ତୁ ୨୦୧୫ରେ ଉଭୟଙ୍କ ବିବାହ ବିଚ୍ଛେଦ ଘଟିଥିଲା । ରେହମ ଖାନ ପୂର୍ବରୁ ବିିବାହିତ ଥିଲେ । ଦ୍ୱିତୀୟ ପତ୍ନୀଙ୍କୁ ଛାଡପତ୍ର ପରେ ଚଳିତବର୍ଷ ଇମ୍ରାନ ବୁଶ୍ରା ମାନେକା ଓରଫ ବୁଶ୍ରା ରିଆଜ ୱାଟୁଙ୍କୁ ବିବାହ କରିଛନ୍ତି ।