୨୦୧୭-୧୮ ଆର୍ଥିକ ବର୍ଷରେ ଜିଏସଟି ଯୋଗୁଁ ପଞ୍ଜୀକରଣ ୧କୋଟି ଛୁଇଁବ: ସରକାରଙ୍କ ଅନୁମାନ

40

ଚଳିତ ଆର୍ଥିକ ବର୍ଷ ୨୦୧୭-୧୮ରେ ବସ୍ତୁ ଓ ସେବା କର(ଜିଏସଟି) ଅନ୍ତର୍ଗତ ପଞ୍ଜୀକରଣ ୯୦ ଲକ୍ଷରୁ ୧କୋଟି ହେବ ବୋଲି ସରକାରଙ୍କ ଅନୁମାନ କରିଛନ୍ତି । ଏହି ପଞ୍ଜୀକରଣରେ ଜିଏସଟିର ପୁରୁଣା ଓ ନୂଆ ପଞ୍ଜୀକରଣକୁ ସାମିଲ କରାଯାଇଛି । ସୂଚନା ଅନୁସାରେ ଭାଟ, ଦେଶରେ ଉତ୍ପାଦିତ ବା ବିକ୍ରି ଦ୍ରବ୍ୟ ଓ ଅନୁମତି ପତ୍ରଗୁଡ଼ିକ ଉପରେ ଦିଆ ଯାଉଥିବା କର, ସେବା କର ବଦଳରେ ଜିଏସଟିକୁ ଲାଗୁ କରାଯାଇଛି ।

ଚଳିତ ଆର୍ଥିକ ବର୍ଷରେ ଦେଶରେ ଉତ୍ପାଦିତ ଦ୍ରବ୍ୟ, ବିକ୍ରି ଦ୍ରବ୍ୟ ଉପରେ ଦିଆଯାଉଥିବା  ସେବା କର ୮୬ ଲକ୍ଷରୁ ୭୦ ଲକ୍ଷ ବନ୍ଦ ହୋଇଯିବ । ଏହାସହ ଚଳିତ ବର୍ଷ ଯଦି ଜିଏସଟି ଯୋଗୁଁ ୯୦ ଲକ୍ଷ ପଞ୍ଜୀକରଣ ହୁଏ, ତା’ହେଲେ ୨୮ ପ୍ରତିଶତ କର ବଢ଼ିବ । ସେହିଭଳି ଜିଏସଟି ଯଦି ୧କୋଟି ପଞ୍ଜିକରଣ ହୁଏ, ତାହେଲେ ୪୦ ପ୍ରତିଶତ କର ବଢ଼ିବ ।

ଜଣେ ଅଧିକାରୀ କହିଛନ୍ତି ପୁରୁଣା ପ୍ରକ୍ରିୟାରେ ହେଉଥିବା ପଞ୍ଜୀକରଣ ସଂଖ୍ୟା ଦିନକୁ ଦିନ କମ ହୋଇ ନୂଆ ପ୍ରକାର ପଞ୍ଜିକରଣ ସଂଖ୍ୟା ବୃଦ୍ଧି ପାଇଛି । କିଛି ସପ୍ତାହ ମଧ୍ୟରେ ୧୧ଲକ୍ଷ ପଞ୍ଜୀକରଣ ହୋଇଛି । ଗତ ଶନିବାର ଏକ ନୂଆ ରେକର୍ଡ ଦେଖିବାକୁ ମିଳିଛି ଯଦ୍ୱାରା ୧୦ଲକ୍ଷ ନୂଆ ପଞ୍ଜୀକରଣ ହୋଇଛି । ସେହିଭଳି ପାଖାପାଖି ଆଉ ୨ଲକ୍ଷ ପଞ୍ଜୀକରଣ ହେବାକୁ ଅଛି । ନୂଆ ବ୍ୟବସ୍ଥାରେ ପଞ୍ଜୀକରଣ ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଥିବା ପ୍ରକାଶ ।