ଆପଣଙ୍କ ଏଟିଏମ୍ କାର୍ଡର ପିନକୋର୍ଡକୁ ଭୁଲି ଯାଇଛନ୍ତି କି ? ଚିନ୍ତା କରନ୍ତୁ ନାହିଁ ଏଭଳି ସମସ୍ୟାକୁ ଘରେ ବସି ସମାଧାନ କରନ୍ତୁ ।

50

ଏଟିଏମରୁ ଟଙ୍କା ଉଠାଇବା ଏକ ବହୁତ ସରଳ ପ୍ରକ୍ରିୟା । କାରଣ ମେସିନରେ ମାତ୍ର କିଛି ନମ୍ବର ଡାଏଲ କରି ଦେଲେ ହିଁ ଟଙ୍କା ବାହାରି ଆସେ । କିନ୍ତୁ ଏହି ନମ୍ବର ହିଁ ଯଦି କେହି ଭୁଲି ଯାଏ ତେବେ କଣ ହେବ କେବେ ଚିନ୍ତା କରିଛନ୍ତି । ତେବେ ଆପଣଙ୍କୁ ଏଥିପାଇଁ ପୁଣି ଥରେ ବ୍ୟାଙ୍କର ଚକ୍କର କାଟିବାକୁ ପଡିବ ଆଉ ନୂଆ ପିନ ପାଇବା ପାଇଁ ଆପଣଙ୍କୁ ଦୀର୍ଘଦିନ ଧରି ଅପେକ୍ଷା କରିବାକୁ ପଡିଥାଏ । ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ କି ଏହି ସମସ୍ୟାର ସମାଧାନ ପାଇଁ ଏକ ସରଳ ଉପାୟ ରହିଛି । ଯାହାକୁ ବ୍ୟବହାର କରି ଆପଣ ସଙ୍ଗେ ସଙ୍ଗେ ଆପଣଙ୍କର ପିନକୁ ରିଜେନରେଟ୍ କରିପାରିବେ । ଆଜ୍ଞା ହଁ ! ଆପଣ ଘରେ ବସି ବି ଆପଣଙ୍କର ପିନକୁ ପୁଣି ଥରେ ଜେନରେଟ କରିପାରିବେ ।

ଏହି ସୁବିଧା ବର୍ତ୍ତମାନ କେବଳ ତିନୋଟି ଘରୋଇ ବ୍ୟାଙ୍କରେ ଉପଲବ୍ଧ ଆଉ ସେଗୁଡିକ ହେଲା ଏଚଡିଏଫସି, ଆଇସିଆଇସିଆଇ ଏବଂ କୋଟାକ ମହିନ୍ଦ୍ରା ବ୍ୟାଙ୍କ । ଉପଭୋକ୍ତା ଏହି ସମସ୍ତ ବ୍ୟାଙ୍କମାନଙ୍କର ମୋବାଇଲ ବ୍ୟାଙ୍କିଂ ଏବଂ ଇଂଟରନେଟ ବ୍ୟାଙ୍କିଂ ଆପ ଜରିଆରେ ନିଜର ପିନକୁ ପୁଣି ଥରେ ସେଟ୍ କରିପାରିବେ । ମାତ୍ର କେଇ ମୁହୂର୍ତ୍ତର ପ୍ରକ୍ରିୟାରେ ଆପଣଙ୍କୁ କିଛି ତଥ୍ୟ ମଗାଯାଇଥାଏ ଯାହାକୁ ଆପଣଙ୍କୁ ସେଠାରେ ଦେବାକୁ ପଡିବ । ଯାହା ପରେ ଆପଣ ଆପଣଙ୍କର ପିନକୁ ରିଜେନରେଟ୍ କରିପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କର ମୋବାଇଲ ନମ୍ବର ଖାତାରେ ପଂଜିକୃତ ହେବା ଜରୁରୀ, ନଚେତ୍ ଆପଣ ଏହାକୁ ବଦଳାଇ ପାରିବେ ନାହିଁ । ଯଦି ଆପଣ ଆପଣଙ୍କର ପିନକୁ ରିଜେନରେଟ କରୁଛନ୍ତି ତେବେ ଏଥିପାଇଁ ଏକ ଓଟିପି କୋର୍ଡ ଉପଭୋକ୍ତାଙ୍କ ନମ୍ବରକୁ ଆସିଥାଏ । ମୋବାଇଲ ନମ୍ବର ପଂଜିକୃତ ହେବାଦ୍ୱାରା ଯାଇ ହିଁ ଏହି ଓଟିପି ନମ୍ବର ଗ୍ରାହକଙ୍କ ନିକଟରେ ପହଂଚିଥାଏ । ତେବେ ଆସନ୍ତୁ ଜାଣିବା ପିନ ଜେନରେଟ୍ କରିବାର ପୂରା ପ୍ରକ୍ରିୟା ।ଏଚଡିଏଫସି ବ୍ୟାଙ୍କ୍ : 

• ଯଦି ଆପଣଙ୍କର ଏଚଡିଏଫସି ବ୍ୟାଙ୍କରେ ଖାତା ରହିଛି ତେବେ ସର୍ବ ପ୍ରଥମେ ଆପଣଙ୍କୁ ଆପଣଙ୍କ ମୋବାଇଲରେ ଏଚଡିଏଫସି ବ୍ୟାଙ୍କର ଆପ ରଖିବାକୁ ପଡିବ ।
• ଏହାପରେ ଏହାକୁ ଲଗ ଇନ କରି ଡେଭିଟ୍ କାର୍ଡ ସେକସନରେ ଯିବାକୁ ପଡିବ ।
• ଏହାପରେ ଆପଣଙ୍କ ନିକଟକୁ ଏକ ଓଟିପି ନମ୍ବର ଆସିବ । ଯାହାକୁ ଆପଣଙ୍କୁ ସେଠାରେ ଦାଖଲ କରିବାକୁ ହେବ । ଆଉ ଏଭଳି କରିବା ପରେ ଆପଣଙ୍କର ପିନ ଜେନରେଟ୍ ହୋଇଯିବ ।ଆଇସିଆଇସିଆଇ ବ୍ୟାଙ୍କ୍ :
• ଏଥିପାଇଁ ପ୍ରଥମେ ଏହାର ନେଟ ବ୍ୟାଙ୍କିଂକୁ ଯାଇ ତାକୁ ଲଗଇନ କରିବାକୁ ହେବ ।
• ଏହାପରେ ମାଇକାର୍ଡ ପିନ ଉପରେ କ୍ଲିକ୍ କରିବାକୁ ହେବ ।
• ଏଥିରେ ଡେଭିଟ୍ କାର୍ଡ ନମ୍ବର ଏବଂ ସିବିବି ନମ୍ବର ଦେବା ପରେ ଆପଣଙ୍କ ଫୋନକୁ ଏକ ଓଟିପି କୋର୍ଡ ଆସିବ । ଯାହାକୁ ସେଠାରେ ଏଂଟର କରନ୍ତୁ ଏବଂ ପିନକୁ ପୁଣିଥରେ ସେଟ୍ କରନ୍ତୁ ।କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ୍ :
• ମୋବାଇଲ ଆପରେ ଡେଭିଟ୍ କାର୍ଡ ରିକ୍ୱେଷ୍ଟର ବିକଳ୍ପକୁ ଯାଆନ୍ତୁ ।
• ଏହାପରେ ରିଜେନରେଟ୍ ପିନକୁ ଯାଆନ୍ତୁ । ସେଠାରେ ମଗାଯାଇଥିବା ତଥ୍ୟକୁ ପୁରଣ କରନ୍ତୁ ଏବଂ ତାକୁ କନଫର୍ମ କରନ୍ତୁ ଆଉ ଏହାପରେ ଆପଣଙ୍କ ପିନ ପୁଣି ଥରେ ଜେନରେଟ୍ ହୋଇଯିବ ।