ଭୁଲି ଯାଇଛନ୍ତି ଏଟିଏମ କାର୍ଡର ପିନକୋର୍ଡ ! ତେବେ ଘରେ ବସି ହିଁ କରିପାରିବେ ଜେନରେଟ୍ , ଜାଣନ୍ତୁ କିପରି
ଏଟିଏମରୁ ଟଙ୍କା ଉଠାଇବା ଏକ ବହୁତ ସରଳ ପ୍ରକ୍ରିୟା । କାରଣ ମେସିନରେ ମାତ୍ର କିଛି ନମ୍ବର ଡାଏଲ କରି ଦେଲେ ହିଁ ଟଙ୍କା ବାହାରି ଆସେ । କିନ୍ତୁ ଏହି ନମ୍ବର ହିଁ ଯଦି କେହି ଭୁଲି ଯାଏଁ ତେବେ କଣ ହେବ କେବେ ଚିନ୍ତା କରିଛନ୍ତି । ତେବେ ଆପଣଙ୍କୁ ଏଥିପାଇଁ ପୁଣି ଥରେ ବ୍ୟାଙ୍କର ଚକ୍କର କାଟିବାକୁ ପଡିବ ଆଉ ନୂଆ ପିନ ପାଇବା ପାଇଁ ଆପଣଙ୍କୁ ଦୀର୍ଘଦିନ ଧରି ଅପେକ୍ଷା କରିବାକୁ ପଡିଥାଏ । ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ କି ଏହି ସମସ୍ୟାର ସମାଧାନ ପାଇଁ ଏକ ସରଳ ଉପାୟ ରହିଛି । ଯାହାକୁ ବ୍ୟବହାର କରି ଆପଣ ସଙ୍ଗେ ସଙ୍ଗେ ଆପଣଙ୍କର ପିନକୁ ରିଜେନରେଟ୍ କରିପାରିବେ । ଆଜ୍ଞା ହଁ ! ଆପଣ ଘରେ ବସି ବି ଆପଣଙ୍କର ପିନକୁ ପୁଣି ଥରେ ଜେନରେଟ କରିପାରିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହି ସୁବିଧା ବର୍ତ୍ତମାନ କେବଳ ତିନୋଟି ଘରୋଇ ବ୍ୟାଙ୍କରେ ଉପଲବ୍ଧ ଆଉ ସେଗୁଡିକ ହେଲା ଏଚଡିଏଫସି, ଆଇସିଆଇସିଆଇ ଏବଂ କୋଟାକ ମହିନ୍ଦ୍ରା ବ୍ୟାଙ୍କ । ଉପଭୋକ୍ତା ଏହି ସମସ୍ତ ବ୍ୟାଙ୍କମାନଙ୍କର ମୋବାଇଲ ବ୍ୟାଙ୍କିଂ ଏବଂ ଇଂଟରନେଟ ବ୍ୟାଙ୍କିଂ ଆପ ଜରିଆରେ ନିଜର ପିନକୁ ପୁଣି ଥରେ ସେଟ୍ କରିପାରିବେ । ମାତ୍ର କେଇ ମୁହୂର୍ତ୍ତର ପ୍ରକ୍ରିୟାରେ ଆପଣଙ୍କୁ କିଛି ତଥ୍ୟ ମଗାଯାଇଥାଏ ଯାହାକୁ ଆପଣଙ୍କୁ ସେଠାରେ ଦେବାକୁ ପଡିବ । ଯାହା ପରେ ଆପଣ ଆପଣଙ୍କର ପିନକୁ ରିଜେନରେଟ୍ କରିପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କର ମୋବାଇଲ ନମ୍ବର ଖାତାରେ ପଂଜିକୃତ ହେବା ଜରୁରୀ, ନଚେତ୍ ଆପଣ ଏହାକୁ ବଦଳାଇ ପାରିବେ ନାହିଁ । କାହିଁକି ନାଁ ଯଦି ଆପଣ ଆପଣଙ୍କର ପିନକୁ ରିଜେନରେଟ କରୁଛନ୍ତି ତେବେ ଏଥିପାଇଁ ଏକ ଓଟିପି କୋର୍ଡ ଉପଭୋକ୍ତାଙ୍କ ନମ୍ବରକୁ ଆସିଥାଏ । ମୋବାଇଲ ନମ୍ବର ପଂଜିକୃତ ହେବାଦ୍ୱାରା ଯାଇ ହିଁ ଏହି ଓଟିପି ନମ୍ବର ଗ୍ରାହକଙ୍କ ନିକଟରେ ପହଂଚିଥାଏ । ତେବେ ଆସନ୍ତୁ ଜାଣିବା ପିନ ଜେନରେଟ୍ କରିବାର ପୂରା ପ୍ରକ୍ରିୟା ।
ଏଚଡିଏଫସି ବ୍ୟାଙ୍କ :
• ଯଦି ଆପଣଙ୍କର ଏଚଡିଏଫସି ବ୍ୟାଙ୍କରେ ଖାତା ରହିଛି ତେବେ ସର୍ବ ପ୍ରଥମେ ଆପଣଙ୍କୁ ଆପଣଙ୍କ ମୋବାଇଲରେ ଏଚଡିଏଫସି ବ୍ୟାଙ୍କର ଆପ ରଖିବାକୁ ପଡିବ ।
• ଏହାପରେ ଏହାକୁ ଲଗ ଇନ କରି ଡେଭିଟ୍ କାର୍ଡ ସେକସନରେ ଯିବାକୁ ପଡିବ ।
• ଏହାପରେ ଆପଣଙ୍କ ନିକଟକୁ ଏକ ଓଟିପି ନମ୍ବର ଆସିବ । ଯାହାକୁ ଆପଣଙ୍କୁ ସେଠାରେ ଦାଖଲ କରିବାକୁ ହେବ । ଆଉ ଏଭଳି କରିବା ପରେ ଆପଣଙ୍କର ପିନ ଜେନରେଟ୍ ହୋଇଯିବ ।
ଆଇସିଆଇସିଆଇ ବ୍ୟାଙ୍କ :
• ଏଥିପାଇଁ ପ୍ରଥମେ ଏହାର ନେଟ ବ୍ୟାଙ୍କିଂକୁ ଯାଇ ତାକୁ ଲଗଇନ କରିବାକୁ ହେବ ।
• ଏହାପରେ ମାଇକାର୍ଡ ପିନ ଉପରେ କ୍ଲିକ୍ କରିବାକୁ ହେବ ।
• ଏଥିରେ ଡେଭିଟ୍ କାର୍ଡ ନମ୍ବର ଏବଂ ସିବିବି ନମ୍ବର ଦେବା ପରେ ଆପଣଙ୍କ ଫୋନକୁ ଏକ ଓଟିପି କୋର୍ଡ ଆସିବ । ଯାହାକୁ ସେଠାରେ ଏଂଟର କରନ୍ତୁ ଏବଂ ପିନକୁ ପୁଣିଥରେ ସେଟ୍ କରନ୍ତୁ ।
କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ :
• ମୋବାଇଲ ଆପରେ ଡେଭିଟ୍ କାର୍ଡ ରିକ୍ୱେଷ୍ଟର ବିକଳ୍ପକୁ ଯାଆନ୍ତୁ ।
• ଏହାପରେ ରିଜେନରେଟ୍ ପିନକୁ ଯାଆନ୍ତୁ । ସେଠାରେ ମଗାଯାଇଥିବା ତଥ୍ୟକୁ ପୁରଣ କରନ୍ତୁ ।
• ଏବଂ ତାକୁ କନଫର୍ମ କରନ୍ତୁ ଆଉ ଏହାପରେ ଆପଣଙ୍କ ପିନ ପୁଣି ଥରେ ଜେନରେଟ୍ ହୋଇଯିବ ।