ରୋଷେଇରେ ରିଫାଇନ୍ ତେଲର ବ୍ୟବହାର ଶରୀର ପାଇଁ କେତେ ଲାଭଦାୟକ ? ଜାଣିରଖନ୍ତୁ

1,776

ଆଜିକାଲି ମହିଳାମାନେ ରୋଷେଇରେ ବେଶି ସୋରିଷ ତେଲର ପ୍ରୟୋଗ କରୁନାହାନ୍ତି। ଅଧିକାଂଶ ମହିଳା ରିିଫାଇନଡ୍ ତେଲ ବ୍ୟବହାର କରୁଛନ୍ତି । ଏବେ ବଜାରରେ ବିଭିନ୍ନ ପ୍ରକାରର ବ୍ରାଣ୍ଡର ରିିଫାଇନଡ୍ ଅଏଲ୍ ଉପଲବ୍ଧ ହେଉଛି । ତେବେ ସେଥିମଧ୍ୟରୁ କେଉଁଟି ଭଲ ବୋଲି ଆପଣ ଜାଣିବାକୁ ଚାହୁଁଥିବେ। ତା’ ଛଡ଼ା ଏହା କେତେ ସ୍ୱାସ୍ଥ୍ୟପ୍ରଦ ତାହା ବି ଜାଣିବାକୁ ଚାହୁଁଥିବେ। କିନ୍ତୁ ଆପଣ ଜାଣନ୍ତି କି ରିିଫାଇନଡ୍ ଅଏଲ୍ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।

ଏହାର କାରଣ ଜାଣନ୍ତୁ !

ପ୍ରଥମ କଥା ହେଲା , ରିିଫାଇନଡ୍ ଅଏଲ୍ ପ୍ରସ୍ତୁତି ପାଇଁ ବିପୁଳ ମାତ୍ରାରେ କ୍ଷତିକାରକ ରାସାୟନିକ ପଦାର୍ଥର ପ୍ରୟୋଗ କରାଯାଇଥାଏ। ଏହା ଫଳରେ ତେଲରେ କୌଣସି ଭଲ ତତ୍ତ୍ୱ ରହି ନ ଥାଏ। ଆଉ ଏକ ବଡ଼ କାରଣ ହେଲା ରିଫାଇନିଂ ପ୍ରକ୍ରିୟା ସମୟରେ ତେଲ ବିଷାକ୍ତ ହୋଇ ଯାଇଥାଏ।

ଗବେଷଣାରୁ ଜଣାଯାଇଛି କି ଖାଦ୍ୟ ପ୍ରସ୍ତୁତି ବେଳେ ରିିଫାଇନଡ୍ ତେଲ ଅପେକ୍ଷା ସୋରିଷ ତେଲ,ନଡ଼ିଆ ତେଲ ଓ ଘିଅ ଅଧିକ ଉପଯୋଗୀ।

ଆମେ କୋଲେଷ୍ଟ୍ରଲରୁ ଶରୀରକୁ ରକ୍ଷା କରିବା ପାଇଁ ରିିଫାଇନଡ୍ ତେଲର ବ୍ୟବହାର କରିଥାଉ। କିନ୍ତୁ ସେଥିରେ ତାହା ରହେ ନ ଥାଏ। ତା’ ଛଡ଼ା ଆମ ଶରୀରକୁ ଯେଉଁ ଫ୍ୟାଟି ଏସିଡ଼୍ ଦରକାର,ତାହା ବି ମିଳି ନ ଥାଏ ରିିଫାଇନଡ୍ ଅଏଲରୁ।