ରେଡମି ସ୍ମାର୍ଟଫୋନର ଫେଷ୍ଟିଭାଲ ଆରମ୍ଭ ! ଫୋନ୍ କିଣନ୍ତୁ, ଅନେକ ସ୍ୱତନ୍ତ୍ର ଅଫରର ଲାଭ ଉଠାନ୍ତୁ

89

ରେଡମି ସ୍ମାର୍ଟଫୋନ୍‌ର ଫେଷ୍ଟିଭାଲ ଆରମ୍ଭ ହୋଇଯାଇଛି। ଭାରତରେ ଏହି ଫେଷ୍ଟିଭାଲ ଏପ୍ରିଲ ୫ରୁ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଫେଷ୍ଟିଭାଲରେ କମ୍ପାନି ବିଭିନ୍ନ ପ୍ରକାର ଅଫର ଦେବ ବୋଲି ଘୋଷଣା କରିଛି । ଏଥରକ ଏହି ସେଲରେ ଗ୍ରାହକଙ୍କ ପାଇଁ ରହିଛି କିଛି ସ୍ୱତନ୍ତ୍ର ଅଫର ।

ରେଡମି ନୋଟ ୫ ପ୍ରୋର ସେଲ ଏପ୍ରିଲ ୫ରୁ ଦ୍ୱିପହର ୧୨ରୁ ଆରମ୍ଭ ହୋଇଯିବ । ଏହି ସେଲରେ ଯଦି କେହି ରେଡମି ନୋଟ ୫ପ୍ରୋ ସ୍ମାର୍ଟଫୋନ୍‌କୁ କ୍ରୟ କରୁଛି ତେବେ କମ୍ପାନି ତରଫରୁ ଏମଆଇ ଇୟରଫୋନ୍‌ ମାଗଣାରେ ମିଳି ପାରିବ । ପ୍ରଥମଥର କମ୍ପାନି ତରଫରୁ ଏହି ଅଫର ପ୍ରଦାନ କରାଯାଇଛି । ଏହା ପୂର୍ବରୁ କମ୍ପାନି ସ୍ମାର୍ଟଫୋନ୍‌ ସହିତ ମାଗଣାରେ କଭର ଦେଉଥିଲା ।

ଏହାର ଅନ୍‌ଲାଇନ୍‌ ସେଲ www.flipkart.com ଓ www.mi.comରେ କରାଯିବ । ସେଲ ସମୟରେ ଯଦି ଗ୍ରାହକ ଏମ୍‌.କମରୁ କ୍ରୟ କରନ୍ତି ଏବଂ କ୍ରୟ କରିବା ସମୟରେ ଷ୍ଟେଟ ବ୍ୟାଙ୍କର କ୍ରେଡିଟ କାର୍ଡ ବ୍ୟବହାର କରନ୍ତି ତେବେ ସେମାନଙ୍କୁ ୫ପ୍ରତିଶତ ରିହାତି ମିଳିବ ।

ଏତ୍‌ଦ ବ୍ୟତୀତ ରେଡମି ନୋଟ ୫ ପ୍ରୋକୁ ଫ୍ଲିପ୍‌କାର୍ଟରୁ କ୍ରୟ କରିବା ବେଳେ ଏକ୍ସିସ୍‌ ବ୍ୟାଙ୍କର କ୍ରେଡିଟ କାର୍ଡ ବ୍ୟବହାର କରି ଗ୍ରାହକ କ୍ରୟ କରୁଛନ୍ତି ତେବେ ସେମାନଙ୍କୁ ବି ୫ ପ୍ରତିଶତ ରିହାତି ମିଳିବ । ଏହି ସ୍ମାର୍ଟଫୋନରେ ରିଲାଏନ୍ସ ଜିଓ ତରଫରୁ ୨,୨୦୦ ଟଙ୍କା ଫେରସ୍ତ ଅଫର ବି ରହିଛି । କିନ୍ତୁ ଏହି ଟଙ୍କା ରିଚାର୍ଜ ଭାଉଚର ଜରିଆରେ ମିଳିବ । ରେଡମି ୫ ପ୍ରୋରେ ୬ଜିବି ର‍୍ୟାମ ଓ ୬୪ଜିବି ଇଣ୍ଟରନାଲ ମେମୋରି ମିଳିବ ଯାହାର ମୂଲ୍ୟ ୧୬,୯୯୯ ଟଙ୍କା ରହିଛି । ସେହିପରି ଏହାର ୪ଜିବି ରେମ୍‌ ଓ ୬୪ଜିବି ଇଣ୍ଟରନାଲ ମୋମୋରି ଥିବା ଫୋନ୍‌ର ମୂଲ୍ୟ ୧୩,୯୯୯ଟଙ୍କା ।