ରେଡମିର ଏହି ଫୋନରେ ମିଳୁଛି ୬ ହଜାର ଟଙ୍କାର ଆକର୍ଷଣୀୟ ଡିସକାଉଣ୍ଟ ! ଜାଣନ୍ତୁ କେଉଁ ଫୋନରେ ମିଳୁଛି ଏଭଳି ଅଫର ।

62

ଦିନକୁ ଦିନ ମୋବାଇଲର ଚାହିଦା ବଢିବାରେ ଲାଗିଛି । ଏହା ସହ ପ୍ରତିପକ୍ଷଙ୍କୁ ଟକ୍କର ଦେବା ପାଇଁ ମୋବାଇଲ କମ୍ପାନୀମାନେ ଗୋଟିଏ ପରେ ଗୋଟିଏ ଆକର୍ଷଣୀୟ ଅଫର ଆଣୁଛନ୍ତି । ଚାଇନିଜ କମ୍ପାନୀ ସ୍ମାର୍ଟଫୋନ ମଧ୍ୟରେ ରେଡମି ମୋବାଇଲ କମ୍ପାନୀ ଭାରତ ଏବଂ ଆର୍ନ୍ତଜାତୀୟ ବଜାରରେ ବିଗତ କିଛି ବର୍ଷ ହେବ ନିଜର ଦବଦବା ବଜାୟ ରଖିଛି । ଅନେକ ସମୟରେ ନିଜର ଗ୍ରାହକ ମାନଙ୍କୁ ଆକର୍ଷିତ କରିବା ପାଇଁ ନୂଆ ଫିଚର୍ସ ସହିତ ଆକର୍ଷଣୀୟ ଅଫର ମଧ୍ୟ ଦେଉଛି ରେଡମୀ । ଗତବର୍ଷ ଭାରତରେ ବଜାରରେ ଲଂଚ କରିଥିବା ସ୍ମାର୍ଟ ଫୋନ ଏମ-ଆଇ ମିକ୍ସ-୨ ୩୫,୯୯୯ ଟଙ୍କା ମୁଲ୍ୟରେ ଲଞ୍ଚ କରାଇଥିଲା କମ୍ପାନୀ । ତେବେ ବର୍ତ୍ତମାନ ଏହି ଫୋନରେ ମିଳୁଛି ୬ହଜାର ଟଙ୍କାର ଡିସକାଉଣ୍ଟ । ଏହି ଫୋନ ଆପଣ ଇ-କମର୍ସ ସାଇଟ ଯଥା ଫ୍ଲିପକାର୍ଟ, ଏବଂ ଏମ-ଆଇର ଅଫିସିଆଲ ସାଇଟରୁ କିଣି ପାରିବେ ।

ଏମ-ଆଇ ମିକ୍ସ-୨ ଫିଚର୍ସ :

ଏହି ଫୋନରେ ଆପଣ ହାଇ-ଆଣ୍ଡ୍ରଏଡ ପ୍ରୋସେସର snapdragon ୮୩୫ ଅକ୍ଟାକୋର ପ୍ରୋସେସର ଦିଆଯାଇଛି । ୧୨ ମେଗା ପିକସେଲ ସୋନି ସେନ୍ସର ରିୟର କ୍ୟାମେରା ଦିଆଯାଇଛି । ସେହିଭଳି ୫ ମେଗାପିକସେଲର ସେଲ୍ଫି କ୍ୟାମେରା ମଧ୍ୟ ମୋବାଇଲ ପ୍ରେମୀଙ୍କ ପାଇଁ ଦିଆଯାଇଛି । ଏହାସହିତ ଗୋଟିଏ ବେଷ୍ଟ ସ୍ମାର୍ଟଫୋନରେ ୩ଜି, ୪ଜି ଭଳି ଯେଉଁସବୁ ଫିଚର୍ସ ରହିବା କଥା ସେହିଭଳି ଅନେକ ଫିଚର୍ସ ଏହି ମୋବାଇଲରେ ଉପଲବ୍ଧ ହେଉଛି ।

ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା ଏହି ମୋବାଇଲରେ ଆପଣଙ୍କୁ ୬ଜିବିର ମେଗା ର୍ୟାମ ମିଳିବା ସହିତ ୧୨୮ ଜିବି ଇଣ୍ଟରନାଲ ମେମୋରୀ ରହିଛି । ଏଭଳି ରେଡମି ପ୍ରଥମ ଷ୍ଟକରୁ ହିଁ ଗ୍ରାହକଙ୍କ ଉତ୍କଣ୍ଠା ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ ଏହି ଏମ-ଆଇ ମିକ୍ସ-୨ ମୋବାଇଲରେ ୬ହଜାର ଟଙ୍କାର ଡିସକାଉଣ୍ଟ ଏମ-ଆଇ ଗ୍ରାହକଙ୍କୁ ଆକୃଷ୍ଟ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।