ମହଙ୍ଗା ହେଲା ରେଡମି ଫୋନ୍,ଟି.ଭି ଏବଂ ପାୱାର ବ୍ୟାଙ୍କ୍ ! ଜାଣନ୍ତୁ କେତେ ବଢିଲା ଦାମ୍ ।

220

ସ୍ମାର୍ଟଫୋନ୍ ପ୍ରସ୍ତୁତ କରୁଥିବା ଚାଇନା କମ୍ପାନୀ ସିଓମି ରେଡମି ନିଜ ସ୍ମାର୍ଟଫୋନ୍, ଟି.ଭି ଏବଂ ପାୱାର ବ୍ୟାଙ୍କର ଦାମକୁ ବଢାଇ ଦେଇଛି । କମ୍ପାନୀର ସବୁଠାରୁ ଶସ୍ତା ଫୋନ୍ ରେଡମି Redmi 6A ର ଦାମ୍ ବଢିଛି । ଫୋନର ୨ ଜିବି/୧୬ ଜିବି ଦାମ୍ ୫,୯୯୯ ଥିଲା । ଏବେ ଏହି ଫୋନ୍ ୬୦୦ ଟଙ୍କା ଅଧିକ ବଢିଛି । ଯାହାକୁ ୬,୫୯୯ ଟଙ୍କାରେ କିଣାଯାଇପାରିବ । ଅନ୍ୟପକ୍ଷରେ ଏହାର ୨ ଜିବି/୩୨ ଜିବି ବେରିଣ୍ଟ୍ର ଦାମ୍ ୫୦୦ ଟଙ୍କା ଅଧିକ ବଢିଛି । ଯାହାକୁ ୭,୪୯୯ ଟଙ୍କା ଦେଇ କିଣାଯାଇପାରିବ । Redmi 6A ରେ ବି ୫୦୦ ଟଙ୍କା ଅଧିକ କରାଯାଇଛି । ଯାହାକୁ ୮,୪୯୯ ଟଙ୍କାରେ କିଣାଯାଇପାରିବ । ଅନ୍ୟ ପକ୍ଷରେ ଏହାର ୩ ଜିବି/୬୪ ଜିବିର ଦାମ୍ ୯,୪୯୯ ଟଙ୍କା ହିଁ ରହିଛି ।

ଏମଆଇର ଟି.ଭି କଥା କହିଲେ Mi LED TV 4C PRO 32 ର ଦରଦାମରେ ୧୦୦୦ ଟଙ୍କା ଅଧିକ ବଢାଯାଇଛି । ଏହାକୁ ଏବେ ୧୫,୯୯୯ ଟଙ୍କାରେ କିଣାଯାଇପାରିବ । Mi LED Smart TV 4A PRO 49 ରେ ୨୦୦୦ ଟଙ୍କା ବଢାଯାଇଛି । ଏହାକୁ ଏବେ ୩୧,୯୯୯ ଟଙ୍କାରେ କିଣାଯାଇପାରିବ । ଏହାଛଡା କମ୍ପାନୀ ନିଜ ପାୱାରବ୍ୟାଙ୍କର ଦାମ୍ ମଧ୍ୟ ବଢାଇଛି । ୧୦,୦୦୦ ଏମଏଏଚ୍ ପାୱାରବ୍ୟାଙ୍କ ପାଇଁ ୧୦୦ ଟଙ୍କା ଦାମ୍ ବଢିଥିବା ବେଳେ ଏବେ ଏହାକୁ ୮୯୯ ଟଙ୍କାରେ କିଣାଯାଇପାରିବ ।